Indus Valley Times

ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

 Breaking News

ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

January 04
15:21 2024

ଭୁବନେଶ୍ୱର, ୪/୧: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି।
ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର‌୍ୟ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହେବ। ଏହାପୂର୍ବରୁ, ଆଇପିସିର ଧାରା ୩୦୪ ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ହେଲେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବା କାରଣରୁ ଏପରି ନିୟମ ଲାଗୁ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିବା ସହ କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଡ୍ରାଇଭର ଚେତାବନୀ ଦେଇଛନ୍ତି।
ଏହା ସହ ଡ୍ରାଇଭର କହିଛନ୍ତି ୧୦ ଲକ୍ଷ ଫାଇନ୍ ଦେଇପାରୁଥିଲେ ସେମାନେ ଡ୍ରାଇଭର କାହିଁକି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଡ୍ରାଇଭର କେବେ ଜାଣିଶୁଣି ଦୁର୍ଘଟଣା କରେନି। ଦୁର୍ଘଟଣା ଘଟିଲେ ଲୋକ କିଛି ନବୁଝି ପ୍ରଥମେ ଡ୍ରାଇଭରକୁ ଦୋଷ ଦେଇ ଆକ୍ରମଣ କରନ୍ତି। ତେଣୁ ଦୁର୍ଘଟଣାସ୍ଥଳରେ ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଖସି ପଳାନ୍ତି ବୋଲି କହିଛନ୍ତି ଡ୍ରାଇଭର। ତେବେ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ କାଲିଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ହେବ ବୋଲି କହିଛନ୍ତି ଡ୍ରାଇଭର।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031