Indus Valley Times

ପୁଣି ଆରମ୍ଭ ହେଲା ଧର୍ମଶାଳାରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ଯାତ୍ରା

 Breaking News

ପୁଣି ଆରମ୍ଭ ହେଲା ଧର୍ମଶାଳାରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ଯାତ୍ରା

ପୁଣି ଆରମ୍ଭ ହେଲା ଧର୍ମଶାଳାରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ଯାତ୍ରା
January 19
22:55 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୯/୧ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ରୁ ପୁରି ଅଭିମୁଖେ ଜଗନ୍ନାଥ ଧାମ ତୀର୍ଥ ଯାତ୍ରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଜାରକା ସ୍ଥିତ ମହୋତ୍ସବ ପଡିଆ ରୁ ଆରମ୍ଭ ହୋଇଛି।
ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର ସମ୍ମାନୀତ ଅତିଥ ଭାବେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେର, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର , ଉପ ଜିଲ୍ଲାପାଳ ତାପସ ରଂଜନ ଦେହୁରୀ ,ବିଡ଼ିଓ ଯୋର୍ତିମୟ କର, ଭାଜପା ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ପୂର୍ବତନ ଯାଜପୁର ସାଂସଦ ରିତା ତରାଇ, ଭାଜପା ନେତ୍ରୀ ବବିତା ମଲ୍ଲିକ, ଭାଜପା ନେତା ଉମେଶ ଜେନା ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ। ନିର୍ବାଚନ ମଣ୍ଡଳୀ ର ୫୪ ଗୋଟି ପଞ୍ଚାୟତ ମଧ୍ୟରୁ ଆଜି ପ୍ରଥମ ଦିନ ରେ ଦୁଇଗୋଟି ପଞ୍ଚାୟତ ଭବାନୀପୁର ଏବଂ ଥାନୁଆଳ ରୁ ପ୍ରାୟ ୬୦୦ ଲୋକଙ୍କୁ ୧୨ଟି ବସ୍‌ରେ ପୁରୀ ଜଗନ୍ନାଥ ଧାମ ଅଭିମୁଖେ ଯାତ୍ରା ଆରମ୍ଭ କରାଯାଇଛି। ଏହିଭଳି ଭାବେ ୨ ମାସ ଧରି ପ୍ରତ୍ୟେକ ଦିନ ଦୁଇଗୋଟି ପଞ୍ଚାୟତର ଲୋକଙ୍କୁ ନେଇ ତୀର୍ଥଯାତ୍ରା କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଅଛି।
ଗତ ବର୍ଷଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବସ ଯୋଗେ ପୁରୀ ଜଗନ୍ନାଥ ଧାମ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ର ଏହି ଭଳି କାର୍ଯ୍ୟକ୍ରମ କୁ ବେଶ ପ୍ରଶଂସା କରାଯିବା ସହ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930