Indus Valley Times

ପୁଣି ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ୩ଜଣ ଗିରଫ

 Breaking News

ପୁଣି ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ୩ଜଣ ଗିରଫ

ପୁଣି ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ୩ଜଣ ଗିରଫ
August 13
12:31 2021

ଖୋର୍ଦ୍ଧା, ୧୩/୮: ରାଜ୍ୟରେ ଗତ କିଛି ମାସ ଧରି ଧଳାଜହର କାରବାର ସୀମା ଟପୁଥିବା ବେଳେ ପ୍ରାୟ ସବୁ ପ୍ରାନ୍ତରେ ଏବେ ସକ୍ରିୟ ବ୍ରାଉନସୁଗାର ମାଫିଆ ।
ଶୁକ୍ରବାର ପୁଣି ରାଜଧାନୀ ନିକଟସ୍ଥ ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ସୂଚନା ଅନୁସାରେ ବାହାର ରାଜ୍ୟରୁ ରାଜ୍ୟ ଭିତରକୁ ଏହି ବ୍ରାଉନସୁଗାର ଜବତ୍ ଚାଲାଣ କରାଯାଉଥିବା ବେଳେ ପୋଲିସ୍ ହାତରେ ଧରାପଡିଥିଲେ ।
ଏହି ମାମଲାରେ ଏସଟିଏଫ୍ ଦ୍ୱାରା ୩ ଜଣ ଡ୍ରଗ୍ସ ପେଡ଼ଲର ଗିରଫ କରାଯାଇଥିବା ବେଳେ ପ୍ରାୟ ୧ କେଜି ୩୨ ଗ୍ରାମ ବ୍ରାଉନସୁଗାର ଜବତ୍ କରାଯାଇଥିବା ସୂଚନା ମିଳିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ କଟକର ଅଫତାବ, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ ବୋଲି ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031