Indus Valley Times

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଲେ ଦର୍ଶନ

 Breaking News

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଲେ ଦର୍ଶନ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଲେ ଦର୍ଶନ
April 13
11:35 2025

ପୁରୀ, ୧୩/୪: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ରବିବାର ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ସମୟରେ ପୁରୀ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ମୁଖ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ଙ୍କୁ ଦର୍ଶନ କରିବା ପରେ ପାର୍ଶ ଦେବାଦେବୀ ଙ୍କୁ ଦର୍ଶନ କରି ମା ବିମଳାଙ୍କ ନିକଟରେ କିଛି ସମୟ ଅତିବାହିତ କରିଥିଲେ ।
ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରି କହିଛନ୍ତି ଯେ ମନ୍ଦିରର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ଏବଂ ଆସନ୍ତାକାଲି ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଡ଼ିଆ କ୍ୟାଲେଣ୍ଡର ର ଶୁଭ ଉନ୍ମୋଚନ କରାଯାଇଛି ।
ଅନ୍ୟପଟେ ସାଂସଦ ସମ୍ବିତ ପାତ୍ରଙ୍କ ସହାୟତାରେ ଖୋଲା ଯାଇଥିବା ଜଳଛତ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ମୁଖ୍ୟ ଶାସନ ସଚିବ ,ଜିଲ୍ଲାପାଳ,ପୁରୀ ଏସପି ମଧ୍ୟ ଏହି ସମୟରେ ମୁଖ୍ୟମନ୍ତ୍ରୀ ସହିତ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930