ପୁରୀ ଗସ୍ତବେଳେ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କଲେ ପୁରୀର କଂଗ୍ରସ କର୍ମୀ
October 17
20:50
2020
ପୁରୀ୧୭/୧୦,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଶନିବାର ଦିନ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ କଲେ ପୁରୀର କଂଗ୍ରେସ କର୍ମୀ । ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ।