Indus Valley Times

ପୁରୀ : ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ଲିଫ୍ଟରେ ଫସିଗଲେ ୮ ଜଣ ଆଇନଜୀବୀ

 Breaking News

ପୁରୀ : ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ଲିଫ୍ଟରେ ଫସିଗଲେ ୮ ଜଣ ଆଇନଜୀବୀ

ପୁରୀ : ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ଲିଫ୍ଟରେ ଫସିଗଲେ ୮ ଜଣ ଆଇନଜୀବୀ
November 03
17:26 2021

ପୁରୀ, ୩/୧୧: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଫେରୁଥିବା ବେଳେ ଲିଫ୍ଟରେ ଫସିଗଲେ ୮ ଜଣ ଆଇନଜୀବୀ। ପ୍ରାୟ ୨୦ ମିନିଟ୍ ଧରି ସେମାନେ ଲିଫ୍ଟ ଭିତରେ ଫସି ଯାଇଥିଲେ। ବୁଧବାରଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲାପାଳଙ୍କ ଅଫିସ୍ରେ।
ପୁରୀବାସୀଙ୍କ ପାଇଁ ପୂର୍ବଭଳି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ରଖିବା ତଥା ଅନ୍ୟ କିଛି ଦାବିରେ ପୁରୀ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଏକ ଦାବିପତ୍ର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।
ସେମାନେ ଜିଲ୍ଲାପାଳଙ୍କୁ ଭେଟି ଫେରୁଥିବା ବେଳେ ଲିଫ୍ଟ ଭିତରେ ଫସି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। କେହି କେହି ସେତେବେଳକୁ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ପ୍ରଶାସନିକ ଅବହେଳା ଓ ନିମ୍ନମାନର ଲିଫ୍ଟଯୋଗୁ ଏଭଳି ଏକ ଘଟଣା ଘଟିଥିଲା ବୋଲି ଏହି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଟେକ୍ନିକାଲ୍ ଇଞ୍ଜିନିୟରଙ୍କ ପାଖରେ ଲିଫ୍ଟର ଚାବି ଥିଲା। କିନ୍ତୁ ସେ ଲିଫ୍ଟ ଖୋଲିବା ପାଇଁ ଉଦ୍ୟମ କରି ନଥିଲେ। ଅନ୍ୟପକ୍ଷରେ ଉପଜିଲ୍ଲାପାଳ କହିଛନ୍ତି ଯେ ଆଗାମୀ ଦିନରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନଘଟିବ, ତା’ ଉପରେ ଧ୍ୟାନ ଦିଆଯିବ।
ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି ଯେ ଏବେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯିବା ପରେ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି।
ନଭେମ୍ବର ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ କେବଳ ପଶ୍ଚିମ ଦ୍ୱାର ନୁହେଁ, ପୂର୍ବପରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମନ୍ଦିରର ଚାରିଦ୍ୱାର ଖୋଲା ରଖିବାକୁ ସେମାନେ ଦାବି କରିଛନ୍ତି।
ସଂଘ ପକ୍ଷରୁ ଆହୁରି କୁହାଯାଇଛି, ବଡ଼ଦାଣ୍ଡ ଜାତୀୟ ରାଜପଥ ମାନ୍ୟତା ପାଇଛି। କିନ୍ତୁ ଶୃଙ୍ଖଳିତ ଦର୍ଶନ ନାଁରେ ପ୍ରଶାସନ ତାହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ଶେଡ୍ ନିର୍ମାଣ କରିଛି। ଏହା ଆଇନ ବିରୋଧୀ। ସେହିପରି ଟାଟା ପାୱାର ଲିମିଟେଡ଼ର ଗ୍ରାହକ ମାରଣ ନୀତିକୁ ସଂଘ ସମାଲୋଚନା କରିଛି।
ଏସବୁ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଓକିଲ ସଂଘ ୧୫ ଦିନ ମହଲତ ଦେଇଛି। ୧୫ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031