Indus Valley Times

ପୁରୀ : ନାବାଳକଙ୍କ ମୃତ ଦେହକୁ ବେଳାଭୂମିରେ ଫିଙ୍ଗି ହତ୍ୟାକାରୀ ଫେରାର

 Breaking News

ପୁରୀ : ନାବାଳକଙ୍କ ମୃତ ଦେହକୁ ବେଳାଭୂମିରେ ଫିଙ୍ଗି ହତ୍ୟାକାରୀ ଫେରାର

ପୁରୀ : ନାବାଳକଙ୍କ ମୃତ ଦେହକୁ ବେଳାଭୂମିରେ ଫିଙ୍ଗି ହତ୍ୟାକାରୀ ଫେରାର
September 07
09:08 2021

ପୁରୀ ,୭/୯: ସାଙ୍ଗକୁ ମାରିଦେଲେ । ପୁରୀରେ ଜଣେ ନାବାଳକକୁ ହତ୍ୟା କରାଯାଇଛି । ହତ୍ୟା ପରେ ବେଳାଭୂମିରେ ମୃତଦେହ ଫିଙ୍ଗି ହତ୍ୟାକାରୀ ଫେରାର୍ ହୋଇ ଯାଇଛନ୍ତି । ମୃତ ନାବାଳକ ହେଲେ ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ ଶୁଭମ୍ ସାହୁ (୧୬) । ମୃତଦେହ ମିଳିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।
ଅଭିଯୋଗ ଅନୁସାରେ, ରବିବାର ସକାଳୁ ଶୁଭମ୍ ଘରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ଶୁଭମ୍ର ପତ୍ତା ନମିଳିବାରୁ ବାପା ଦୀନବନ୍ଧୁ ଏନେଇ ସନ୍ଧ୍ୟାରେ ବଳିଆପଣ୍ଡା ଥାନାରେ ଅପହରଣ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଦଫା ୩୬୩ ବଳରେ ଅପହରଣ ମାମଲା ରୁଜୁ କରିଥିଲା ।
କିନ୍ତୁ ସୋମବାର ଭୋର୍ରେ ଶୁଭମ ବସ୍ତ୍ରହୀନ ନିସ୍ତେଜ ଶରୀର ହୋଟେଲ୍ ଶୁଭ୍ ପ୍ୟାଲେସ୍ ସମ୍ମୁଖ ବେଳାଭୂମିରେ ପଡ଼ିଥିବା କିଛି ମତ୍ସ୍ୟଜୀବୀ ଦେଖିଥିଲେ । ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ପହଞ୍ଚି ଶୁଭମ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।
ଏହାପରେ ପୁଅକୁ କେହି ହତ୍ୟା କରି ବେଳାଭୂମିରେ ଫିଙ୍ଗିଥିବା ନେଇ ଦୀନବନ୍ଧୁ ଅଭିଯୋଗ କରିଥିଲେ । କିଛି ସାଙ୍ଗଙ୍କ ସହ ଶୁଭମ୍ର ଝଗଡ଼ା ହୋଇଥିବା କାରଣକୁ କେନ୍ଦ୍ର କରି ତାକୁ ହତ୍ୟା କରାଯାଇଥିବା ସେ ଏତଲା ଦେଇଥିଲେ ।
ତେଣୁ ହତ୍ୟା ମାମଲାକୁ ଟର୍ଣ୍ଣ କରିଥିଲା ଅପହରଣ ମାମଲା । ଦଫା ୩୦୨ ଓ ୩୪ ଆଇପିସି ବଳରେ ହତ୍ୟା ମାମଲା (୧୪୫/୨୧) ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଥିବା କହିଛନ୍ତି ଆଇଆଇସି କୁଳମଣି ସେଠୀ । ଶୁଭମ୍ କମ୍ପ୍ୟୁଟର୍ ଶିକ୍ଷା ଗ୍ରହଣ କରୁଥିଲେ ବୋଲି ପୁଲିସ କହିଛି

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031