Indus Valley Times

ପୁଲିସ୍ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ନକ୍ସଲ

 Breaking News

ପୁଲିସ୍ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ନକ୍ସଲ

ପୁଲିସ୍ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ନକ୍ସଲ
November 25
12:55 2022

ଭବାନୀପାଟଣା,୨୫/୧୧: ପୁଲିସ୍ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାରେ। ମୃତକଙ୍କ ନାଁ ଲାଲବତି ମାଝୀ (୪୮)। ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଳ ପଞ୍ଚକୁଲ ଗାଁରେ।
ନକ୍ସଲମାନେ ଲାଲବତିଙ୍କୁ ଘରୁ ଉଠାଇ ନେଇ କମଳାଙ୍ଗ ଗାଁରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ନକ୍ସଲମାନେ କିଛି ପୋଷ୍ଟର ମାରିଛନ୍ତି। ପୁଲିସ୍କୁ ଖବର ଦେଉଥିବାରୁ ଲାଲବତିଙ୍କୁ ଦଣ୍ଡ ଦିଆଯାଇଥିବା ସେମାନେ ସେଥିରେ ଉଲ୍ଲେଖ କରିଛନ୍ତି।
ଏହା ସହିତ ସେହି ଅଞ୍ଚଳରେ ଆଉ କିଛି ଲୋକ ପୁଲିସ୍ ଇନଫର୍ମର ଭାବେ କାମ କରୁଛନ୍ତି ବୋଲି ନକ୍ସଲମାନେ ଉଲ୍ଲେଖ କରିବା ସହିତ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ଉଲ୍ଲେଖ କରିଛନ୍ତି। ବାଘୁନା ସିପିଆଇ ମାଓବାଦୀ ଡିଭିଜନ (ବାଶଧରା ପଘୁମୁସର ପନାଗାବଳୀ ଡିଭିଜନ)ପକ୍ଷରୁ ଏହି ପୋଷ୍ଟର ମାରି ଚେତାବନୀ ଦିଆଯାଇଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିଲେ। ଆଉ ତିନି ଜଣ ନକ୍ସଲ ସେଠାରୁ ଖସି ପଳାଇ ଯାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031