Indus Valley Times

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ୱ, ନାର୍କୋଟିକ୍ସ ଡ୍ରଗ୍ସ ଟାକ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

 Breaking News

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ୱ, ନାର୍କୋଟିକ୍ସ ଡ୍ରଗ୍ସ ଟାକ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ଦାୟିତ୍ୱ, ନାର୍କୋଟିକ୍ସ ଡ୍ରଗ୍ସ ଟାକ୍ସଫୋର୍ସର ଅଧ୍ୟକ୍ଷ ନିଯୁକ୍ତ
December 31
21:30 2021

ଭୁବନେଶ୍ୱର, ୩୧/୧୨: ବିଦାୟୀ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି।
ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ। ସେ ଆଜି ଅବସରର ନେଇଥିଲେ। ତା’ପୂର୍ବରୁ ସେ କଟକ ସ୍ଥିତି ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ଡିଜିପି ସୁନୀଲ ବଂଶଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ।
ଓଡ଼ିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ। ଡିଜିପି ଭାବେ ଦାୟିତ୍ୱ ପାଇବା ପରେ ସେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031