Indus Valley Times

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଦଶପଲ୍ଲା ବିଧାୟକ

 Breaking News

ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଦଶପଲ୍ଲା ବିଧାୟକ

October 20
12:31 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୦/୧୦ : ନୟାଗଡ ଶିଶୁ ବିଦ୍ୟା ମନ୍ଦିରର ସଭାପତି ତଥା ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଏବଂ ଖଣ୍ଡୁଗାଁ ପଞ୍ଚାୟତର ବରିଷ୍ଠ ବିଜେଡ଼ି କର୍ମୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୋମବର ଦିନ ରାତିରେ ପରଲୋକ ଘଟିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି ।
ତାଙ୍କ ପରଲୋକରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଭୀର ଶୋକ ପ୍ରକାଶ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।


ସ୍ବର୍ଗତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅମର ଆତ୍ମା ର ସଦ୍ ଗତି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ, ସାହସ ପ୍ରଦାନ କରିବା ପାଇଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରାର୍ଥନା କରିଛନ୍ତି। ତାଙ୍କ ବିୟୋଗରେ ନୟାଗଡ ସମେତ ନୂଆଗାଁ ବ୍ଲକ୍ ରେ ଶୋକ ର ଛାୟା ଖେଳିଯାଇଛି।ସ୍ବର୍ଗତ ମୃତ୍ୟୁଞ୍ଜୟ ମହାପାତ୍ର ଜଣେ ଛାତ୍ର ବତ୍ସଳ,ପରୋପକାରୀ, ମେ ଳାପି, ସମାଜସେବୀ ସହିତ ଖଣ୍ଡୁଗାଁ ର ବରିଷ୍ଠ ବିଜେଡ଼ି କର୍ମୀ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031