Indus Valley Times

ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ

 Breaking News

ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ

October 12
18:04 2020

ଭୁବନେଶ୍ୱର,୧୨/୧୦: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶରତ କରଙ୍କର ସୋମବାର ଦିନ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୮୧ବର୍ଷ ହୋଇଥିଲା । ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନେହାନ୍ତ ହୋଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଶ୍ରୀ କରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ରାଜ୍ୟ ତଥା ତାଙ୍କର କର୍ମକ୍ଷେତ୍ର ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିବା ଶରତ କର ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅବିଭକ୍ତ କଟକ ଜିଲ୍ଲାର ମାହାଙ୍ଗା ଆସନରୁ ବିଧାନସଭାକୁ ତିନିଥର ପ୍ରତିନିଧିତ୍ୱ କରିଥିବା ଶରତ କର ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ । ଦ୍ୱାଦଶ ବିଧାନସଭା ସଦସ୍ୟତା କାଳରେ ସେ ୨୦୦ ମସିହା ମାର୍ଚ୍ଚ ୧୦ ତାରିଖରୁ ମେ ୨୧ ତାରିଖ ପର‌୍ୟ୍ୟନ୍ତ ବାଚସ୍ପତି ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031