Legatus

ପୂର୍ବରୁ ପାଇଥିଲେ ଓଏଏସ, ଏବେ ଆଇଏଏସରେ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ ରଖିଲେ ୨୪୮ ରାଙ୍କ

 Breaking News

ପୂର୍ବରୁ ପାଇଥିଲେ ଓଏଏସ, ଏବେ ଆଇଏଏସରେ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ ରଖିଲେ ୨୪୮ ରାଙ୍କ

ପୂର୍ବରୁ ପାଇଥିଲେ ଓଏଏସ, ଏବେ ଆଇଏଏସରେ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ ରଖିଲେ ୨୪୮ ରାଙ୍କ
May 23
17:21 2023

ଭଦ୍ରକ,୨୩/୫: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ ଭଦ୍ରକର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୨୪୮ତମ ରାଙ୍କ ଆଣିଛନ୍ତି। ସର୍ବ ଭାରତୀୟ ସ୍ତରରେ ଏହି ସଫଳତା ହାସଲ କରିବା ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶୋଭାଙ୍ଗୀ ଖୁଣ୍ଟିଆ କହିଛନ୍ତି, ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବି। ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି।
ୟୁପିଏସ୍ସି ପରୀକ୍ଷାରେ ସୋଭାଙ୍ଗୀ ୨୪୮ତମ ରାଙ୍କ ଆଣିଥିବା ନେଇ ଅପରାହ୍ନ ସମୟରେ ତାଙ୍କ ସାଙ୍ଗ ତାଙ୍କୁ ଫୋନ୍ରେ ଜଣାଇଥିଲେ। ଏହା ପରେ ସୋଭାଙ୍ଗୀ ଆଉ ଥରେ ପରୀକ୍ଷା ଫଳକୁ ସଠିକ୍ ଭାବେ ଦେଖିବା ପରେ ଜାଣିଥିଲେ ସେ ସେ କୃତ କାର୍ଯ୍ୟ ହୋଇଛନ୍ତି। ଏହା ପରେ ସେ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖୁସି ଖବର ଜଣାଇଥିଲେ। ଝିଅର ପରୀକ୍ଷା ଫଳ ଜାଣିବା ପରେ ବାପା-ମା’ଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଯାଇଥିଲା।
ଭଦ୍ରକ ବଙ୍କସାହି ସତ୍ୟନାରାୟଣ ଖୁଣ୍ଟିଆଙ୍କ ଏକ ମାତ୍ର କନ୍ୟା ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୟୁପିଏସ୍ସି ପରୀକ୍ଷାରେ କୃତକାର‌୍ୟ୍ୟ ହେବା ନେଇ ଖବର ପାଇବାପରେ ସାରା ପରିବାରରେ ଖୁସିର ମହୋଲ ଖେଳିଯାଇଛି। ଶୋଭାଙ୍ଗୀଙ୍କ ବାପା ଭଦ୍ରକ ସହରରେ ଏକ ସାଇବର କାଫେ ଖୋଲିଛନ୍ତି।
ସୂଚନାଯୋଗ୍ୟ, ଶୋଭାଙ୍ଗୀ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ୯୭ତମ ରାଙ୍କ ଆଣିଥିଲେ। ସେ ଏବେ ଭଦ୍ରକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଅଛନ୍ତି। ତେବେ ଏହି ଟ୍ରେନିଂରେ ଥିବା ବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31