Indus Valley Times

ପେସାଦାର ଲୁଟେରା କୁ କାବୁ କଲା ନୟାଗଡ଼ ପୋଲିସ

 Breaking News

ପେସାଦାର ଲୁଟେରା କୁ କାବୁ କଲା ନୟାଗଡ଼ ପୋଲିସ

December 06
11:03 2022

ବିଶ୍ୱ ଭୂଷଶଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୬/୧୨ :ପାଗଳ ବେଶରେ ରହି ନୟାଗଡ଼ ସହରରେ ସିରିଜି ଲୁଟ ଚଲେଇଥିବା ଜଣେ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ଯୋଡ଼ା ଅଞ୍ଚଳର ଛାମୁ ମହନ୍ତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ନୟାଗଡ଼ ସହରରେ ପାଗଳ ବେଶରେ ରହି ଆସୁଥିଲା ଅଭିଯୁକ୍ତ ।
ଦିନ ବେଳେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ରାତି ସମୟରେ ସେ ଘରର ତାଲା ଭାଙ୍ଗି ଲୁଟ କରେ ଅଭିଯୁକ୍ତ । ସହରରେ ସିରିଜି ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଟାଉନ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ତା ପାଖରୁ ୭୦ ଗ୍ରାମ ସୁନା ୫୦୦ଗ୍ରାମର ରୁପା ନଗଦ ୧୦ଜହାର ଟଙ୍କା ଜବତ କରିଛି ପୋଲିସ ।
ଅଭିଯୁକ୍ତ ଜଣଙ୍କ ଜଣେ ପେସାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅଭିଜୁକ୍ତ ନାଁରେ କେନ୍ଦୁଝର ଜିଲା ଯୋଡ଼ା ଓ ଚମ୍ପୁଆ ଅଞ୍ଚଳରେ ୮ ଉର୍ଦ୍ଧ୍ବ ଲୁଟ ମାମାଲାରେ ସପୃକ୍ତ ଥିବା ପୋଲିସ କହିଛି । ଅନ୍ୟ କେଉଁ କେଉଁ ମାମଲାରେ ଅଭିଯୁକ୍ତ ସପୃକ୍ତ ଅଛି ସେନେଇ ନୟାଗଡ଼ ପୋଲିସ ତଦନ୍ତ ଚଲେଇ ଥିବା ଝଚ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031