Legatus

ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ, ସୋମବାର ସଂଧ୍ୟାରୁ ଥିଲେ ନିଖୋଜ

 Breaking News

ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ, ସୋମବାର ସଂଧ୍ୟାରୁ ଥିଲେ ନିଖୋଜ

July 11
10:54 2023

କେନ୍ଦୁଝର,୧୧/୭: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ।
ତାଙ୍କର ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାରେ ସପରିବାର ରହୁଥିଲେ। କନେଷ୍ଟବଳ ପ୍ରଦୀପ ନାୟକ ଥାନା ବ୍ୟାରାକ୍ ରେ ରହୁଥିବାବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ। ସାଥୀମାନେ ତାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇ ନଥିଲେ।
ଆଜି ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହେ ଉଦ୍ଧାର ହେବାପରେ ମୃତକ କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣା ପଡ଼ିଥିଲା।
ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି। ପ୍ରଦୀପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ। ଛୁଟି ସରିବାପରେ ଗତକାଲି ସେ ଥାନାକୁ ଆସିଥିଲେ। ତେବେ କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡ଼ିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୁଲିସ୍ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31