Indus Valley Times

ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ

 Breaking News

ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ

ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
January 27
13:22 2023

ଭୁବନେଶ୍ବର,୨୭/୧ : ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି। ଜେଲ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକୀ କରି ଏମାନେ ଚୋରି କରୁଥିଲେ।
ସେମାନଙ୍କଠାରୁ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି। ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଞ୍ଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଓ ଘର ତଡା ଉପକରଣ ଜବତ କରାଯାଇଛି। ଗତ ୨୦ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଥିଲା। ଘରେ ଥିବା ମୂଲ୍ୟବାନ ଆସବାବପତ୍ର ସମେତ ସମସ୍ତ ମେଡାଲ କେହି ଚୋରି କରି ନେଇ ଯାଇଥିଲେ। ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଛାନଭିନ୍ ଚଳାଇଥିଲା ।
ସୂଚନାଯୋଗ୍ୟ, ଉଭୟ ପ୍ରବୋଧ ଓ ତାଙ୍କ ପରିବାର ଭୁବନେଶ୍ବର କ୍ଲବ ପଛ ପଟ କ୍ବାର୍ଟର୍ସ ନମ୍ବର ଭିଆର/୮୬ ରହନ୍ତି। ଗତକାଲି ଦୁହେଁ ଭୁବନେଶ୍ବରରେ ନ ଥିଲେ। ଘରେ କେବଳ ତାଙ୍କ ଭାଇ ଥିଲେ। ଗତକାଲି ରାତିରେ କେହି ତାଙ୍କ ଝରକା ଗ୍ରିଲ କାଟି ଘର ଭିତରେ ପଶି ସମସ୍ତ ଟଙ୍କା, ସୁନା, ଏଲଇଡି ଟିଭି, ସୁନା ପଦକ ସମେତ ମୂଲ୍ୟବାନ ସାମଗ୍ରୀ ଓ ପ୍ରବୋଧ ପାଇଥିବା ସମସ୍ତ ମେଡାଲ ଚୋରି କରି ନେଇଯାଇଛି। ପୁଲିସ ସନ୍ଦେହ କରୁଛି ଯେ କେହି ସ୍ଥାନୀୟ ଲୁଟେରା ଏଭଳି କାଣ୍ଡ ଭିଆଇଛନ୍ତି। ଭୁବନେଶ୍ବର କ୍ଲବ, କ୍ୟାପିଟାଲ ହସ୍ପିଟାଲ ଛକ ଓ ଏଜି ଛକରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଛି ପୁଲିସ। ସେହି ରାସ୍ତାରେ ଯିବା ଆସିବା କରୁଥିବା ବ୍ୟକ୍ତି ବିଶେଷ ଓ ବାଇକ୍ ଉପରେ ନଜର ପକାଇବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930