Indus Valley Times

ପୋଲିସର ଅବହେଳା ପ୍ରତିବାଦରେ ଶୋଭାଯାତ୍ରା

 Breaking News

ପୋଲିସର ଅବହେଳା ପ୍ରତିବାଦରେ ଶୋଭାଯାତ୍ରା

October 22
12:16 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୨/୧୦: ବୈାଦ୍ଧ ସହରର ଯୁବ ବ୍ୟବସାୟୀ ପୋଡାପୋଡା ସାହିର ପ୍ରମୋଦ ପ୍ରସାଦ(ରାଜା) ନିଖୋଜ ହେବାର ୧୦ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏସଂପର୍କରେ କୈାଣସି ସୁରାକ ମିଳିପାରିନାହିଁ । ଏହି ଘଟଣାରେ ପୋଲିସର ଶିଥିଳତା ଏବଂ ଅବହେଳା ବିରୁଦ୍ଧରେ ବୁଧବାର ଦିନ ଏକ ବାଇକ ଶୋଭାଯାତ୍ରା ସ୍ଥାନିୟ ପୋଡାପୋଡାଛକରୁ ବାହାରି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହିଥିରେ ପ୍ରତିମ ମିଶ୍ର, ତ୍ରିଦେବ ରଂଜନ ତ୍ରିପାଠୀ, ଇମ୍ରାନ ଖାଁ, କୁନ୍ଦନ ଅଗ୍ରୱାଲା,କେତନ ଅଗ୍ରୱାଲା,ତୋଫାନ ପରିଡା ପ୍ରମୁଖ ଯୋଗଦେଇଥିଲେ ।

ମସିଣାଗୋରା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ସ୍ୱାମୀ,ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡାଦେଷ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୨/୧୦: ବୈାଦ୍ଧଜିଲ୍ଲା କଣ୍ଟାମାଳ ଥାନା ମସିଣାଗୋରା ଗ୍ରାମରେ ୨୦୧୦ ମସିହାରେ ଏକ ଡବଲ ମର୍ଡର ଘଟଣା ଘଟିଯାଇଥିଲା । ଏହି ହତ୍ୟାକାଣ୍ଡର ରାୟ ବୁଧବାର ଦିନ ପ୍ରକାଶ ପାଇଛି । ବୈାଦ୍ଧଜିଲ୍ଲା ଦୈାରାଜଜ ଅରବିନ୍ଦ କୁମାର ଗୁରୁ ଏହି ମକଦ୍ଦମାର ବିଚାର କରି ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକବର୍ଷ କାରାଦଣ୍ଡାଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ୱାମୀସ୍ତ୍ରୀ ହେଲେ କଣ୍ଟାମାଳ ଥାନା ମସିଣାଗୋରା ଗ୍ରାମର ସତ୍ୟନାରାୟଣ କଲତା ଓ ଠୁସ କଲତା । ମିଳିଥିବା ସୂଚନା ଅନୁଯାଇ, ଗତ ୨୦୧୦ ମସିହା ଡିସେମ୍ବର ମାସ ୫ ତାରିଖ ଦିନ ସକାଳ ନଅ ଘଣ୍ଟା ସମୟରେ ମସିଣାଗୋରା ଗ୍ରାମର ବିପିନ କର୍ମୀଙ୍କ ଚାରି ବର୍ଷର ପୁଅ ଘର ଚାଳ ଉପରେ ଯାଉଥିବା ଏକ ବିଲେଇ ଉପରେ ଏକ ପଥର ଫିଙ୍ଗିଥିଲେ । ପଥରଟି ତାଙ୍କ ପଡିଶା ସତ୍ୟନାରାୟଣ କଲତାଙ୍କ ଘରେ ପଡିଥିଲା । ଏହାକୁ ନେଇ ସତ୍ୟନାରାୟଣଙ୍କ ସ୍ତ୍ରୀ ଠୁସ କଲତା ବାହାରକୁ ଆସି ବିପିନଙ୍କ ଭଉଣୀ ଅଂଜନା ଓ ସ୍ତ୍ରୀ କର୍ପୁରଙ୍କ ସହିତ ପାଟିତୁଣ୍ଡ କରିଥିଲେ । କିଛି ସମୟ ପରେ ଉଭୟ ସତ୍ୟନାରାୟଣ ଓ ଠୁସ ଆସି ପାଟି ତୁଣ୍ଡ କରିଥିଲେ । ଏହି ସମୟରେ ଅଂଜନା ଓ କର୍ପୁର କାହିଁକି ଏମିତି କହୁଛ ବୋଲି କହିବାରୁ ସେମାନଙ୍କୁ ଟାଣି ଆଣିଥିଲେ । ସତ୍ୟ ନାରାୟଣ ଧରିଥିବା କୁଡିରେ ଉଭୟଙ୍କୁ ଆକ୍ରମଣ କରି କୁଡି ଧରି ସ୍ୱାମୀସ୍ତ୍ରୀ ଘଟଣାସ୍ଥଳରୁ ଫେରାହୋଇଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ଅଂଜନା ଓ କର୍ପୁର ସେଠାରେ ପଡି ରହିଥିଲେ । ଖବର ପାଇ ବିପିନ ଆସି ସେମାନଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ନେଇ ଥିଲେ । ସେଠାରୁ ଡାକ୍ତର ସୋନପୁର ଡାକ୍ତରଖାନାକୁ ପଠାଇ ଦେଇଥିଲେ । ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଂଜନା ପ୍ରାଣହରାଇଥିବା ବେଳେ କର୍ପୁରଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ବିପିନ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ଠୁସକୁ ୬.୧୨.୧୦ ତାରିଖରେ ଓ ସତ୍ୟନାରାୟଣକୁ ୨୦.୧୨.୧୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । କର୍ପୁରଙ୍କୁ ଡାକ୍ତର ଫେରାଇ ଦେବାରୁ ଘରେ ଥିବା ସମୟରେ କର୍ପୁରଙ୍କ ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର କୋର୍ଟ ସମସ୍ତ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ଅଭିଯୁକ୍ତ ସ୍ୱାମୀସ୍ତ୍ରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମକଦ୍ଦମାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031