Indus Valley Times

ପୌର ନିର୍ବାଚନ ପାଇଁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଆସିଲେ

 Breaking News

ପୌର ନିର୍ବାଚନ ପାଇଁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଆସିଲେ

ପୌର ନିର୍ବାଚନ ପାଇଁ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଆସିଲେ
March 24
11:23 2022

ଭୁବନେଶ୍ୱର, ୨୪/୩: ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଗୁରୁବାର ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଈଗଉର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍ରେ ପହଞ୍ଚିଲେ । ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ। ଏହାପରେ ବୁଥ୍ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ରାଜଧାନୀ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୁଲିସ୍। ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ ପୁଲିସ ଅଫିସର। ୭୦୫ ବୁଥ ପାଇଁ ପୋଲିଂ ପାର୍ଟି ସହ ପୁଲିସ୍ ପଠାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031