Indus Valley Times

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ

 Breaking News

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ
June 08
19:03 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୮/୬: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ ପରୀକ୍ଷା ଫଳ । ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ପୁସ୍ତିକା ଉନ୍ମୋଚନ କରିଛନ୍ତି ।
ଓଜେଇଇ ୨୦୨୬ ଏମବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର ହୋଇଛନ୍ତି । ସେହିପରି ଏମସିଏରେ ନରେନ୍ ପାତ୍ର, ଏମ୍.ଫାର୍ମାରେ ଶ୍ୟାମସୁନ୍ଦର ବେହେରା ଟପ୍ପର ହୋଇଛନ୍ତି ।
ମେ ୪ରୁ ମେ ୧୦ ଯାଏ ମଧ୍ୟରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେ ୧୬ ତାରିଖରେ ପ୍ରୋଭିଜନାଲ୍ ଆନ୍ସର କି’ ଜାରି କରାଯାଇଛି । ଚଳିତ ବର୍ଷ ପ୍ରାୟ ୧.୦୩ ଲକ୍ଷ ପରୀକ୍ଷାର୍ଥୀଙ୍କ ସରକାର ୯୯ଟି ସେଣ୍ଟରରେ କରିଥିଲେ ।
ଏଥିରୁ ୯୩ଟି ସେଣ୍ଟର ରାଜ୍ୟ ଭିତରେ ରହିଥିବା ବେଳେ ୬ଟି ସେଣ୍ଟର ରାଜ୍ୟ ବାହାରେ ରହିଥିଲା । କୋଲକାତାରେ ୩ଟି, ପାଟଣାରେ ୨ଟି ଓ ରାଞ୍ଚିରେ ୧ଟି ସେଣ୍ଟର ବ୍ୟବସ୍ଥା କରାଯାଇଥିଲା ।
ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ପାଇଁ ମେଧା ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଓଜେଇଇ କରାଯାଇଥାଏ । ବିଭାଗୀୟ ତଥ୍ୟ ଅନୁଯାୟୀ, ବି.ଫାର୍ମା, ଏମ୍‌ସିଏ, ଏମ୍ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ , ଇଣ୍ଟିଗ୍ରେଡେଟ୍ ଏମ୍‌ବିଏ, ବି.କାଟ୍, ନର୍ସିଂ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା, ବି.ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031