Indus Valley Times

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

 Breaking News

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର
April 29
19:27 2023

ଭୁବନେଶ୍ବର,୨୯/୪ : ସର୍ବଭାରତୀୟ ଜେଇଇ (ମେନ) ସେସନ-୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି ।
ସର୍ବଭାରତୀୟ ସ୍ତରରେ ୪୩ ପରିକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ ରାଙ୍କର ପ୍ରାୟ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତ ସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଛନ୍ତି । ରାଜସ୍ଥାନ ଇଶାନ ଖଣ୍ଡେଲଓ୍ବାଲ ୩ୟ ସ୍ଥାନରେ ଅଛନ୍ତି । ଓଡ଼ିଶାର ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ରଖି ରାଜ୍ୟ ଟପ୍ପର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ସେସନ-୨ ପରୀକ୍ଷା ଚଳିତ ମାସ ୬,୮,୧୦,୧୧,୧୨,୧୩ ଓ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।
ପରୀକ୍ଷାର୍ଥୀମାନେ ଜେଇଇ (ମେନ) jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପାଇପାରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031