ପ୍ରକାଶ ପାଇଲା ନୟାଗଡ଼ ପୌର ପରିଷଦ ସଂରକ୍ଷିତ ତାଲିକା
![ପ୍ରକାଶ ପାଇଲା ନୟାଗଡ଼ ପୌର ପରିଷଦ ସଂରକ୍ଷିତ ତାଲିକା](http://indusvalleytimes.com/news/wp-content/uploads/2021/11/km-3-680x365_c.jpg)
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୦/୧୧ : ନୟାଗଡ଼ ପୌର ପରିଷଦ ର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଡ . ପୋମା ଟୁଡୁ । ବିଜ୍ଞାପିତ ଅଞ୍ଚଳ ଥିବାବେଳେ ୧୩ ଗୋଟି ୱାର୍ଡ ଥିବାବେଳେ ପୈାର ପରିଷଦ ଘୋଷଣା ହେବାପରେ ଏହା ୧୬ ଟି ୱାର୍ଡ଼ କୁ ବୃଦ୍ଧି କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ୧୬ ଟି ୱାର୍ଡର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି।
୧ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ୨ ନମ୍ବର ଅଣ ସଂରକ୍ଷିତ, ୩ ନମ୍ବର ପଛୁଆ ବର୍ଗ , ୪ ନମ୍ବର ଅନୁସୂଚିତ ଜାତି ମହିଳା, ୫ ନମ୍ବର ଅଣ ସଂରକ୍ଷିତ, ୬ ନମ୍ବର ଅଣ ସଂରକ୍ଷିତ ମହିଳା, ୭ ନମ୍ବର ଅଣ ସଂରକ୍ଷିତ , ୮ ନମ୍ବର ଅଣ ସଂରକ୍ଷିତ, ୯ ନମ୍ବର ଅଣ ସଂରକ୍ଷିତ ମହିଳା , ୧୦ ନମ୍ବର ଅଣ ସଂରକ୍ଷିତ, ୧୧ ନମ୍ବର ଅଣ ସଂରକ୍ଷିତ, ୧୨ ନମ୍ବର ପଛୁଆ ବର୍ଗ ମହିଳା, ୧୩ ନମ୍ବର ପଛୁଆ ବର୍ଗ ମହିଳା ,୧୪ ନମ୍ବର ପଛୁଆ ବର୍ଗ, ୧୫ ନମ୍ବର ଅଣ ସଂରକ୍ଷିତ ମହିଳା, ୧୬ ନମ୍ବର ୱାର୍ଡ ଅଣ ସଂରକ୍ଷିତ ମହିଳା ମାନଙ୍କପାଇଁ ରହିଥିବା ପ୍ରକାଶ ପାଇଛି।