Indus Valley Times

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

 Breaking News

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ
July 14
19:22 2023

ଭୁବନେଶ୍ୱର,୧୪/୭: ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ତାଲିକା ପ୍ରକାଶ ପାଇଥିବା ବେଳେ ଇନଟିଗ୍ରେଟେଡ଼ ବିଏଡ଼ ଥିବା କଲେଜରେ କଟଅଫ ଆଗରେ ରହିଛି । କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଅନ୍ୟ କଲେଜ ଟପିଥିବା ବେଳେ ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟ ଅଫ ଆଗରେ ରହିଛି ।
କଳାରେ ବାଲେଶ୍ୱରର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛନ୍ତି । ପୁରୀ ଏସସିଏସରେ ରସାୟନ ବିଜ୍ଞାନରେ ୯୪.୫୦ ପ୍ରତିଶତ, ଗଣିତରେ ୯୪ ପ୍ରତିଶତ, ଉଦ୍ଭିଦ ବିଜ୍ଞାନରେ ୯୫.୬୦ ପ୍ରତିଶତ, ଏମପିସି ବାରିପଦାରେ ଜୀବ ବିଜ୍ଞାନରେ ୯୪.୮୩ ପ୍ରତିଶତ କଟ-ଅଫ୍ ରହିଛି । ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ କଟ୍-ଅଫ୍ ୯୧.୮୩ ପ୍ରତିଶତ ରହିଛି ।
ସେହିପରି ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ(୮୬.୮୩ ପ୍ରତିଶତ), ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ(୮୫.୮୩ପ୍ରତିଶତ), ଜେକେବିକେ କଲେଜ(୮୧ ପ୍ରତିଶତ) କଟ ଅଫ ମାର୍କ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031