Indus Valley Times

ପ୍ରକାଶ ପାଇଲା JEE MAIN ପରୀକ୍ଷା ଫଳ, ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ

 Breaking News

ପ୍ରକାଶ ପାଇଲା JEE MAIN ପରୀକ୍ଷା ଫଳ, ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ

ପ୍ରକାଶ ପାଇଲା JEE MAIN ପରୀକ୍ଷା ଫଳ, ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ
September 15
09:46 2021

ନୂଆଦିଲ୍ଲୀ, ୧୫/୯B: ପ୍ରକାଶ ପାଇଛି ଚଳିତ ଥରର ଜେଇଇ ମେନ୍ ପରୀକ୍ଷା ଫଳ। ନାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଏଥର ସର୍ବଭାରତୀୟ ସ୍ତରରେ ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪୪ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ମାର୍କ ଆଣିଛନ୍ତି। ପରୀକ୍ଷାର୍ଥୀ ନିଜ ରାଙ୍କ NTA ୱେବସାଇଟ୍ jeemain.nta.nic.inରେ ଦେଖିପାରିବେ।
ସର୍ବଭାରତୀୟ ସ୍ତରରେ ସିଧାସଳଖ ଇଞ୍ଜିନିୟରିଂ ପାଠକ୍ରମରେ ଛାତ୍ରଛାତ୍ରୀ ଆଡମିଶନ୍ ଏହାଦ୍ୱାରା କରିପାରିବେ। ଗତ ମାସ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା।
ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ରାଜ୍ୟର ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ଅଛନ୍ତି। ଚଳିତବର୍ଷ ୪ଟି ପର୍ଯ୍ୟାୟ ରେ ଜେଇଇ ମେନ୍ ଅନୁଷ୍ଠିତ ହୋଇଥିଲା। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯାଇଛି।
କରୋନା ଯୋଗୁଁ ପରିସ୍ଥିତିକୁ ଧ୍ୟାନରେ ରଖି JEE -ମେନ୍ ପରୀକ୍ଷା ଚଳିତ ବର୍ଷ ଚାରିଥର କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ସୁଯୋଗ ଦେଇଥିଲା । ଫେବୃଆରୀ ଏବଂ ମାର୍ଚ୍ଚରେ ଦୁଇଥର ପରୀକ୍ଷା କରାଯାଇଥିଲା।
ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦-୨୫ରେ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ୨୬ ଅଗଷ୍ଟରୁ ସେପ୍ଟେମ୍ବର ୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜ୍ଝ ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଚାରି ପର୍ଯ୍ୟାୟ ପରୀକ୍ଷା ପରେ ଶେଷରେ ପ୍ରାର୍ଥୀଙ୍କ ରାଙ୍କ ଘୋଷଣା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031