Indus Valley Times

ପ୍ରଖ୍ୟାତ ବ୍ୟଙ୍ଗ ଚିତ୍ରକର ଅଜିତ ନିନାନଙ୍କର ପରଲୋକ

 Breaking News

ପ୍ରଖ୍ୟାତ ବ୍ୟଙ୍ଗ ଚିତ୍ରକର ଅଜିତ ନିନାନଙ୍କର ପରଲୋକ

ପ୍ରଖ୍ୟାତ ବ୍ୟଙ୍ଗ ଚିତ୍ରକର ଅଜିତ ନିନାନଙ୍କର ପରଲୋକ
September 08
19:21 2023

କର୍ଣ୍ଣାଟକ,୮/୯ : ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।
କର୍ଣ୍ଣାଟକାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଦୁଇ ବର୍ଷ ହେଲା ମହୀଶୂରରେ ରହୁଥିବା ଅଜିତ ନିନାନ ମୃତ୍ୟୁ ବେଳକୁ ଘରେ ଏକୁଟିଆ ଥିଲେ। ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁ ନଥିବାରୁ ସେ ଗୋଆରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିଲେ।
ଇଣ୍ଡିଆ ଟୁଡେ ଓ ଦି ଟାଇମ୍ସ ଅଫ ଇଣ୍ଡିଆରେ ବର୍ଷ ବର୍ଷ ଧରି ପ୍ରକାଶିତ ହୋଇଥିବା ‘ସେଣ୍ଟରଷ୍ଟେଜ୍’ (Centrestage) ସିରିଜ୍ ଓ ‘ନିନାନସ ୱାର୍ଲ୍ଡ’ (Ninan’s World) ପାଇଁ ସେ ବହୁତ ଜଣାଶୁଣା ଥିଲେ। ତାଙ୍କର ବିଭିନ୍ନ କାର୍ଟୁନ ଚରିତ୍ର ମଧ୍ୟରୁ ‘ଡିଟେକ୍ଟିଭ୍ ମୁଛୱାଲା’ ଖୁବ୍ ପ୍ରସିଦ୍ଧ ଥିଲା। ଏହା ଶିଶୁ ପତ୍ରିକା ‘ଟାର୍ଗେଟ’ରେ ପ୍ରକାଶିତ ହେଉଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031