ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସୁଶାସନ ପାଇଁ ସେବା ସଂକଳ୍ପ ଅଭିଯାନ
ବରଦା ଦାସଙ୍କ ରିପୋର୍ଟ
କଟକ , ୯/୧୦ : ନରେନ୍ଦ୍ର ମୋଦୀ ଙ୍କ ଶାସନର ୨୫ ବର୍ଷ ପୂରଣ ହୋଇଥିବା ଯୋଗୁଁ ପାଳିତ ହେଉଥିବା ସେବା ଓ ସଂକଳ୍ପ ପକ୍ଷ ଅବସରରେ କଟକ ଜିଲ୍ଲା ବିଜେପି ପକ୍ଷରୁ ସେବା ଜ୍ୟୋତି ପଟୁଆର ସମାବେଶ କଟକ ଇନ କଟକ ରେ ଅନୁଷ୍ଠିତ ହୋଇଯାଇଛି ।
୯ ଟି ବିଧାନସଭା ପକ୍ଷ୍ୟରୁ ସେବା ଜ୍ୟୋତି ପଟୁଆର ଶୋଭାଯାତ୍ରା ରେ ପଦଯାତ୍ରା କରି ସଭାସ୍ଥଳରେ ପହଞ୍ଚଥିଲେ । ମୋଦୀଙ୍କ ପ୍ରାଶାସନିକ ଜୀବନ ଆଧାରିତ ଏକ ଗୀତି ନାଟ୍ୟ ପରିବେଷଣ ହୋଇଥିଲା । ପରେ ସମସ୍ତ ବିଧାୟକ ସାଂସଦ ଙ୍କ ସମେତ ଓଡିଶା ବିଜେପି ସହ ପ୍ରଭାରୀ ସ୍ଵଦେଶ୍ ସିଂ ମଞ୍ଚ ରେ ବନ୍ଦେ ମାତରଂ ଗୀତ ଗାନ କରିଥିଲେ ।
ପରେ ପ୍ରଧାନମନ୍ତ୍ରୀ ଓ ଜାତୀୟ ବିଜେପି ସଭାପତି ଙ୍କ ବକ୍ତବ୍ୟ ଆଭାସୀ ରେ ପରିବେଷିତ ହୋଇଥିଲା । ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ଜିଲା ସଭାପତି ସୁକାନ୍ତ ବିଶ୍ଵାଳ, ପୂର୍ବତନ ସଭାପତି ଲଲାଟେନ୍ଦୁ ବଡୁ, ଶ୍ରୀତମ ଦାସ, ବୁଦ୍ଧିଜିବୀ ପ୍ରକୋଷ୍ଠ ରୁ ବରଦା ପ୍ରସନ୍ନ ଦାସ ଆଦି ବହୁ ଯୁବନେତା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।






