Indus Valley Times

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ ଶୁଣିଲେ ଶତାଧିକ ଖୋରଧା ବାସୀଙ୍କ ସହ ବିଧାୟକ

 Breaking News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ ଶୁଣିଲେ ଶତାଧିକ ଖୋରଧା ବାସୀଙ୍କ ସହ ବିଧାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ ଶୁଣିଲେ ଶତାଧିକ ଖୋରଧା ବାସୀଙ୍କ ସହ ବିଧାୟକ
February 23
09:51 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୨୩/୨ : ଖୋରଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଏକାଠି ବସି ଶୁଣିଲେ ଶତାଧିକ ଖୋର୍ଦ୍ଧାବାସୀ।
ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ, ମହିଳା ଓ ଯୁବଗୋଷ୍ଠୀ ଏକାଠି ବସି ମୋଦୀଙ୍କ ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ମୋଦି ସୁନ୍ଦରଗଡ଼ର ସଫଳ ଚାଷୀ ହିରୋଦ ପଟେଲଙ୍କ ସଫଳତା ବାଖ୍ୟା କରିଥିଲେ। ଏଥିସହ ଏଆଇର ବ୍ୟବହାର, ପାଣ୍ଡୁଲିପି ଉପରେ ଗବେଷଣା ସଂପର୍କରେ ଆଲୋକପାତ କରିଥିଲେ।
ବର୍ତ୍ତମାନ ଚାଲିଥିବା ଓ୍ବାଲଡ କପ଼୍ ଟି-୨୦ କ୍ରିକେଟ ବିଭିନ୍ନ ଦେଶରେ ଭାରତୀୟ ଖେଳାଳି ମାନେ ଖେଳୁଛନ୍ତି ବୋଲି କହିଥିଲେ।
ମନ୍ କି ବାତ୍ କାର୍ଯ୍ୟକ୍ରମ ସରିବା ପରେ ବିଧାୟକ ଶ୍ରୀ ଜଗଦ୍ଦେବ ନିଷ୍ଠାପର ସେବା କରିବାକୁ ଉପସ୍ଥିତ ଶୃଦ୍ଧିବୃନ୍ଦଙ୍କୁ କହିଥିଲେ । ପରେ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930