Indus Valley Times

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

 Breaking News

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

October 31
17:13 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩୧/୧୦: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବାଇଗୁଣିଆ ତନ୍ତୁ ବାୟ ସହଯୋଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବତୀ ପରିଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି। ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦଳେଇ ଙ୍କ ସଭାପତିତ୍ବରେ ପୁରାତନ ଛାତ୍ରଛାତ୍ରୀ,ଇକୋ କ୍ଲବ ସଦସ୍ୟ, ବାଇଗୁଣିଆ ବିକାଶ ପରିଷଦ ସଭାପତି ସର୍ବେଶ୍ବର ମହାରଣା, ଯୁବନେତା ନାରାୟଣ ମହାରଣା, ଶ୍ରୀକାନ୍ତ ଷଡ଼ଙ୍ଗୀ, କ୍ରିଡା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକ ପ୍ରମୁଖ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଶିକ୍ଷକ ଆଶୁତୋଷ ସ୍ବାଇଁ,ପ୍ରଣମ ସାହୁ,ମଞ୍ଜୁରାଣି ପ୍ରଧାନ, ପୁରାତନ ଛାତ୍ର ସନ୍ତୋଷ ବେହେରା, ପ୍ରମୋଦ କୁମାର ଦାସ, ଅଭିମନ୍ୟୁ ସାଥୁଆ, ସୁରେଶ ନାଏକ, ଅଧ୍ୟାପକ କୈଳାସ ମହାରଣା, ପ୍ରମୁଖ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବତୀ ପରିଡା ଙ୍କ ସ୍କୁଲ ପ୍ରତି ଅତୁଳନୀୟ ଅବଦାନ ଓ ତାଙ୍କର କାର‌୍ୟ୍ୟଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ପରିଡା ଜଣେ ଦକ୍ଷ ଶିକ୍ଷୟିତ୍ରୀ ସହିତ ଜଣେ ଶୁଲେଖିକା ମଧ୍ୟ ଥିଲେ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ବହୁତ ଉଚ୍ଚକୋଟୀର। ମୋ ସ୍କୁଲ ଅଭିଯାନ ର ସଭାପତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମାନପତ୍ର ଦେଇ ଶ୍ରୀମତୀ ପରିଡା ଙ୍କୁ ସମ୍ବର୍ଧନା କରି ତାଙ୍କ ସ୍ଥାନ ବିଦ୍ୟାଳୟରେ ସଦାବେଳେ ଅପୁରଣିୟ ରହିବ ପ୍ରକାଶ କରିବାସହ ଶ୍ରୀମତୀ ପରିଡା ଙ୍କର ଉତ୍ତରାତର କାମନା କରିଥିଲେ। ସରକାର ଙ୍କର କୋଭିଡ୍ ନିୟମ କୁ ସମ୍ପୁର୍ଣ୍ଣ ଦୃଷ୍ଟିରେ ରଖି ଏହି ଉତ୍ସବ ପାଳନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031