Indus Valley Times

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ସମଗ୍ର ଚର୍ଚ୍ଚ ପରିସର

 Breaking News

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ସମଗ୍ର ଚର୍ଚ୍ଚ ପରିସର

December 25
20:23 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ମହାଆଡ଼ମ୍ବରରେ ପାଳିତ ହୋଇଛି । ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ପାଳନ ପାଇଁ ସ୍ଥାନୀୟ ଟାଉନ, ବ୍ଲକ ତଥା ପୋଲିସ ଥାନା ଅନ୍ତର୍ଗତ ସମସ୍ତ ପ୍ରାର୍ଥନା ଗୃହ ଓ ଚର୍ଚ୍ଚ ଗୁଡ଼ିକ ରଙ୍ଗ ବେରଙ୍ଗର ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ହୋଇଛି।
ମୁଖ୍ୟତଃ ସ୍ଥାନୀୟ ସହର ତଥା ଆଖପାଖ ଅଞ୍ଚଳ ରେ ଥିବା ସମସ୍ତ କାଥଲିକ୍ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ, ସିଏନଆଇ ଚର୍ଚ୍ଚ, ପେଣ୍ଟିକଷ୍ଟ ଚର୍ଚ୍ଚ ଭଳି ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ସବୁଠାରେ ଶହ ଶହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ନୂତନ ବସ୍ତ୍ର ପରିଧାନ ସହ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା।
ଏହି ମହାପର୍ବରେ ଖୁସିର ଉଦ୍ଦୀପନା ସହ ପ୍ରାର୍ଥନା, ଭକ୍ତି ସଙ୍ଗୀତ, ଯୁବ ପିଢ଼ିଙ୍କ ନାଚ ଗୀତ ସହ ମହାଆନନ୍ଦରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ପାଳନ କରାଯାଇଛି ।
ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପାଳକ ଓ ବକ୍ତାମାନଙ୍କ ଦ୍ଵାରା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ଵ, ମାନବ ସମାଜର ସେବା, ଯୀଶୁଙ୍କ ମୃତ୍ୟୁ, ପୁନରୁତ୍ଥାନ ଓ ଭବିଷ୍ୟତରେ ହେବାକୁ ଥିବା ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟରେ କହିବା ସହ ପବିତ୍ର ବାଇବଲରେ ଲିଖିତ ବାକ୍ୟ ପଠନ କରି ଉପଦେଶ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି ।
ଅଞ୍ଚଳରେ ଅତି ଆନନ୍ଦ ଉଲ୍ଲାସରେ ବଡ଼ଦିନ ପାଳନ ହୋଇଥିବା ବେଳେ ସ୍ଥାନୀୟ ଏସଡିପିଓ ଶୁଭମ ଭୋସଲେ ଙ୍କ ତତ୍ତ୍ଵାବଧାନରେ ଥାନା ଆଇଆଇସି ସମ୍ବିତ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଚର୍ଚ୍ଚ ଗୁଡ଼ିକରେ ପୋଲିସ ବାହିନୀ ଉପସ୍ଥିତ ଥିଲେ ।
ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ଅଞ୍ଚଳରେ କୌଣସି ବିଶୃଙ୍ଖଳା ଘଟିନଥିବା ବେଳେ ଶାନ୍ତି ଶୃଙ୍ଖଳାରେ ଖ୍ରୀଷ୍ଟ ସମ୍ପ୍ରଦାୟର ବଡ଼ ଉତ୍ସବ ଖ୍ରୀଷ୍ଟମାସ ବା ବଡ଼ଦିନ ପାଳିତ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31