Indus Valley Times

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ଆଲୋଚନାଚକ୍ର ତଥା ତ୍ରୈ ବାର୍ଷିକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

 Breaking News

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ଆଲୋଚନାଚକ୍ର ତଥା ତ୍ରୈ ବାର୍ଷିକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ଆଲୋଚନାଚକ୍ର ତଥା ତ୍ରୈ ବାର୍ଷିକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
August 04
11:27 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୪/୮ : ଶ୍ୟାମା ମାଧବ ବାସନ୍ତୀ ଦେବୀ ମେମୋରିଆଲ ପାଠାଗାର ଖୋର୍ଦ୍ଧା ଠାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଆଲୋଚନା ଚକ୍ର ଶୀର୍ଷକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ଅନୁଷ୍ଠିତ ହୋଇଯାଇଅଛି।
ଏହି ଆଲୋଚନା ଚକ୍ରରେ ସର୍ବ ଭାରତୀୟ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ଯୋଗଦେଇ କହିଥିଲେ କି ପ୍ରାଥମିକ ଶିକ୍ଷକ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କଲେ ଗୁଣାତ୍ମକ ଶିକ୍ଷା ହୋଇପାରିବ ନାହିଁ।
ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ନ କରି ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଥିବାରୁ ଏହାର ସଫଳତା ସମ୍ଭବ ନୁହେଁ ବୋଲି ଦର୍ଶାଇ ଥିଲେ। ତେଣୁ ଶିକ୍ଷାର ବିକାଶ ନିମନ୍ତେ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ଅଛି ବୋଲି କହିଥିଲେ।
ଏହି ଆଲୋଚନା ଚକ୍ରରେ ପୂର୍ବତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥି ଯୋଗଦେଇ ଛାତ୍ର, ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାର ବିକାଶ ନିମନ୍ତେ ଏକ ବଡ଼ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ, ଯାହା ଦ୍ଵାରା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଆଗକୁ ଯାଇ ପାରିବ ବୋଲି ମତ ଦେଇଥିଲେ।
ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ଛ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ମୂଳ ଚାକିରୀରେ ଗଣନା କରିବା ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ଆଲୋଷ୍ଟର ସାଧାରଣ ସମ୍ପାଦକ ମତ ପ୍ରକାଶ କରିଥିଲେ।
ବ୍ରହ୍ମାନନ୍ଦ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଓଷ୍ଟାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଭିତ୍ତି ପତ୍ର ଉପସ୍ଥାପନ କରିଥଲେ।
ଦ୍ୱିତୀୟ ଅଧିବେଶନରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ନିର୍ବାଚନ କରଯାଇଥିଲା । ଏହି ନିର୍ବାଚନ ପରିଚାଳନା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ କରିଥିଲା।
ନିର୍ବାଚନରେ ବ୍ରହ୍ମାନନ୍ଦ ମହାରଣା ରାଜ୍ୟ ସଭାପତି , କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ବେହେରା, ଧରଣୀ ଧର ମଲ୍ଲିକ, ଟୁଲୁ ଦେଈ, ସୁଧାଂଶୁ ମଣ୍ଡଳ, ଶ୍ରୀକାନ୍ତ ବାରିକ ,ଉପସଭାପତି ଭାବେ ଦାମୋଦର ପଣ୍ଡା, ସନ୍ତୋଷ ଦୁବେ, ଚିନ୍ତାମଣି ପାଢ଼ୀ, ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଅଗାଧୁ ସେଠି, ଯୁଗ୍ମ ସମ୍ପାଦକ ଭାବେ, ବିରୁପାକ୍ଷ ସେଠି,ମୁକ୍ତି ରାମ ପାଣିଗ୍ରାହୀ, ଗତିକୃଷ୍ଣ ପ୍ରଧାନ, ବିପିନ ବିହାରୀ ପାତ୍ର, ସଂଗଠନ ସମ୍ପାଦକ ଭାବେ ଆଭାଲିନ ପରିଡା, ଶରତ ସେଠି, ଦେବକାନ୍ତ ମେହେର, କୋଷାଧ୍ୟକ୍ଷ ଭାବେ ଗୋପାଳ କିଶୋର ସେନ୍ ଅଡିଟର ଭାବେ ଜନ୍ମେଜୟ ପରିଡା, ସଞ୍ଜୟ ଦଳେଇ ଓ ପ୍ରଭୋଜିତ୍ ସ୍ବାଇଁ ନିର୍ବାଚିତ ହୋଇଥିଲେ।
ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଥିଲା। ଶେଷରେ ଅଭ୍ୟର୍ଥନା କମିଟିର ସମ୍ପାଦକ ଅଗାଧୁ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031