ପ୍ଲାଜମା ଦାନ କଲେ କରୋନା ଯୋଦ୍ଧା
August 29
13:07
2020
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୨୯/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୟାଗଡ ଜିଲ୍ଲା ରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ପ୍ଲାଜମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିବାରେ ଲାଗିଛନ୍ତି।ଏପରିକି ଜିଲ୍ଲାରେ କରୋନା ରୁ ସୁସ୍ଥ ହୋଇଥିବା କିଛି ବ୍ୟକ୍ତି ପ୍ଲାଜମା ଦାନ କରିସାରିଲେଣି।ଏପରିକି କିଛି ଦିନ ତଳେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। କରୋନା ଯୋଦ୍ଧା ଥାନା ଅଧିକାରୀ ଶ୍ରୀ ରାଉତରାୟ ପ୍ଲାଜମା ଦାନ କରି ଅଞ୍ଚଳରେ ପ୍ରଶଂସନୀୟ ହୋଇଛନ୍ତି।