Indus Valley Times

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

 Breaking News

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ
August 03
11:24 2024

ପ୍ୟାରିସ,୩/୮:ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ। ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର। କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମରେ ସନ୍ତୁଳି ହେଉଥିବା ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ।
ରିପୋର୍ଟ ଅନୁସାରେ, ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ତେବେ କ୍ରୀଡ଼ା ଗ୍ରାମରେ ଏସିର ବନ୍ଦୋବସ୍ଥ ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ।
ବିଶେଷକରି ପ୍ୟାରିସ ଓ ଶେଟରାଓରେ ତାପମାତ୍ରା ମାତ୍ରାଧିକ ରେକର୍ଡ କରାଯାଇଛି। ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031