Indus Valley Times

ପରୀ ନ୍ୟାୟ ରଥ ବନ୍ଦ କଲେ ନୟାଗଡ଼ ଜିଲ୍ଲାପାଳ, ଜିଲ୍ଲା କଂଗ୍ରେସର ଧାରଣା

 Breaking News

ପରୀ ନ୍ୟାୟ ରଥ ବନ୍ଦ କଲେ ନୟାଗଡ଼ ଜିଲ୍ଲାପାଳ, ଜିଲ୍ଲା କଂଗ୍ରେସର ଧାରଣା

December 15
20:37 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୧୨: ନୟାଗଡ଼ ପରୀକୁ ନ୍ୟାୟ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଲା ଯାଉଥିବା ପରୀ ନ୍ୟାୟ ରଥ ବୁଲାଇବାକୁ ବାରଣ କଲେ ନୟାଗଡ଼ ଜିଲ୍ଲାପାଳ।
ଘଟଣାରୁ ପ୍ରକାଶ ଯେ ରଥ ବୁଲାଇବା ପାଇଁ ଅନୁମତି ନଥିବାରୁ ରଥ ବୁଲାଇବା ପାଇଁ ମନାକଲେ ଜିଲ୍ଲାପାଳ। ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସଙ୍କ କହିବା ଅନୁସାରେ ଡିସେମ୍ବର ୧୩ ତାରିଖ ରୁ ପରୀ ନ୍ୟାୟ ରଥ ବୁଲିଲାଣି ତା ପୂର୍ବରୁ ଡିସେମ୍ବର ୯ ତାରିଖ ରୁ ରଥ ବୁଲାଯିବା ପାଇଁ ଜିଲ୍ଲା ପ୍ରଶାସନ କୁ ଆବଶ୍ୟକ ଅନୁମତି ମଗାଯାଇଛି।

ଦୁଇ ଦିନ ରଥ ବୁଲିବା ଭିତରେ ପ୍ରଶାସନ ରଥ ବୁଲାଇବା ପାଇଁ ମନା କରିନାହିଁ। ନୟାଗଡ଼ ବ୍ଲକରେ ନ୍ୟାୟ ରଥ ବୁଲିବା ସମୟରେ ଜନସାଧାରଣଙ୍କ ପରୀ କୁ ନ୍ୟାୟ ଦେବାପାଇଁ ସ୍ବତଃ ଆଗ୍ରହ କୁ ଦେଖି ମନ୍ତ୍ରୀ ଅରୁଣ ସାହୁଙ୍କର କମ୍ପନ ସୃଷ୍ଟି ହେଉଛି। ମନ୍ତ୍ରୀଙ୍କ ଗଡରେ ମହିଳା ମାନେ ସ୍ବତପ୍ରବୃତ୍ତ ଭାବେ ଦସ୍ତଖତ ଅଭିଯାନ ରେ ସାମିଲ ହେବାଦ୍ବାରା ମନ୍ତ୍ରୀ ମନରେ କମ୍ପନ ସୃଷ୍ଟି ହେଉଛି। ମନ୍ତ୍ରୀଙ୍କ ଚାପରେ ଜିଲ୍ଲାପାଳ ପରୀ ନ୍ୟାୟ ରଥକୁ ବନ୍ଦ କରୁଛନ୍ତି।

ମନ୍ତ୍ରୀଙ୍କ ଚାପରେ ନ୍ୟାୟ ରଥ କୁ ବନ୍ଦ କରିବା ବେଆଇନ ଓ ଏହି ଘଟଣାକୁ ନିନ୍ଦା କରିବା ସହ ପରୀ ନ୍ୟାୟ ରଥ ଚାଲିବା ପାଇଁ ଅନୁମତି ଦେବାପାଇଁ ଦାବି କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031