Indus Valley Times

ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ

 Breaking News

ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ

October 05
21:14 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

୬ବୈାଦ୍ଧ, ୫/୧୦: ବୈାଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନଙ୍କୁ ନେଇ ଫିଟ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପରିଷଦର ସମସ୍ତ କର୍ମଚାରୀମାନଙ୍କୁ ନେଇ ଏନଏସି ଛକ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସ୍ୱଚ୍ଛସାଥୀ ପୁଷ୍ପାଞ୍ଜଳି ଦାସ ତାଙ୍କର କାରେଟେ ମାଧ୍ୟମରେ ନାରୀଜାତିର ସୁରକ୍ଷା କୈାଶଳ ଉପରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ପରିଷଦର ଇଂ ଦୟାନିଧି ପଣ୍ଡା, ଇଂ ପବିତ୍ର ମୋହନ ପଣ୍ଡା, ଜଗମୋହନ ମହାରଣା, ହୃଷିକେଶ ପ୍ରଧାନ, ଜୟ କୁମାର ତ୍ରିପାଠୀ, ଅମିୟ ବେହେରା, ସୁନିଲ ପ୍ରଧାନ, ସଂଜିବ ସାହୁଙ୍କ ସମେତ ସମସ୍ତ ସ୍ୱଚ୍ଛସାଥୀ ଓ ସମସ୍ତ ସାନିଟେସନ କର୍ମଚାରୀ ଯୋଗଦେଇଥିଲେ । 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031