Indus Valley Times

ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି

 Breaking News

ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି

ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି
April 05
22:00 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୫/୪ : ବଲାଙ୍ଗିର ଜିଲ୍ଲା ଉତ୍ତପ୍ତ ଜିଲ୍ଲା ଭାବେ ପରିଗଣିତ।
ଗ୍ରୀଷ୍ମର ପ୍ରକୋପ ଜିଲ୍ଲାରେ ପରିଲକ୍ଷିତ ହେଲାଣି।ବାୟୁ ମଣ୍ଡଳ ରେ ଗ୍ରୀଷ୍ମ ର ଉଷ୍ମତା ବଢ଼ିବାରେ ଲାଗିଛି।
ଏ ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତରଭୁଜ ସହ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟ ବିକ୍ରି ଚାଲିଲାଣି।ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୁଏ।
ଭୀଷଣ ରୌଦ୍ରତାପ ଜନ ଜୀବନ କୁ ଅସ୍ତବ୍ୟସ୍ତ କରିଥାଏ।ଜିଲ୍ଲା ପ୍ରଶାସନ,ପଞ୍ଚାୟତ ଏବଂ ପୌର ପାଳିକା ତରଫରୁ ଜଳଛତ୍ର ମାନ ଖୋଲାଯାଇ ନିଃଶୁଳ୍କ ଜଳ ବଣ୍ଟନ କରାଯାଇଥାଏ।
ତେବେ ଏପ୍ରିଲ ମାସ ଆରମ୍ଭ ହେବା ପରେ ମଧ୍ୟ ଅନେକ ସ୍ଥାନରେ ଜଳଛତ୍ର ଖୋଲାଯାଇ ନ ଥିବା ପରିଲକ୍ଷିତ ହୁଏ।ଶୀଘ୍ର ବିଭିନ୍ନ ଆବଶ୍ୟକୀୟ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ସହ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ରାସ୍ତା କଡ଼ରେ ଜଳ ର ବ୍ୟବସ୍ଥା କରାଗଲେ ଅନେକ ନିରୀହ ପଶୁ ପକ୍ଷୀ ଗ୍ରୀଷ୍ମ ର ପ୍ରକୋପ ରୁ ରକ୍ଷା ପାଇ ପାରିବେ।
ସେହିଭଳି ସହର ତଥା ଗ୍ରାମାଞ୍ଚଳ ମାନଙ୍କରେ ଥିବା ବିଭିନ୍ନ ସ୍ଥାନ ମାନଙ୍କରେ ବୁଲା ପଶୁ ମାନଙ୍କ ପାଇଁ ଅସ୍ଥାୟୀ ଛାଉଣୀ ସହ ଖାଦ୍ୟ ର ବ୍ୟବସ୍ଥା ହେଲେ ଅନେକ ବୁଲା ପଶୁ ସୁରକ୍ଷିତ ରେ ଏହି ସମୟ ଅତିବାହିତ କରିପାରିବେ। ହୁ ହୁ ହୋଇ ଗ୍ରୀଷ୍ମ ବଢ଼ିବାର ଅନେକ କାରଣ ରହିଛି।ସରକାର ବିକାଶ ନାମରେ ରାସ୍ତା କଡ଼ରେ ଥିବା ଶହ ଶହ ବର୍ଷର ବୃକ୍ଷ ମାନଙ୍କୁ ନିର୍ମମ ଭାବରେ ହାଣି ଚେରରୁ ଓପାଡ଼ି ଦେଉଛନ୍ତି।
ତା ପରିବର୍ତ୍ତେ ନୂତନ ବୃକ୍ଷ ରୋପଣ କରାଯାଉ ନ ଥିବା ବେଳେ ବର୍ଷା କମିବା ସହ ଅସହ୍ୟ ଗ୍ରୀଷ୍ମ ପ୍ରବାହ ବର୍ଷ ର ଆଠ ମାସ ପର୍ଯ୍ୟନ୍ତ ଲାଗି ରହୁଛି।
ଏଣୁ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ସହର ଭିତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନାରା ଏକ ପେଡ୍ ମାଁ କେ ନାମ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ପ୍ରତି ଘର ସମ୍ମୁଖରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ପାଇଁ ଉତ୍ସାହିତ କରାଗଲେ ଗ୍ରୀଷ୍ମର ପ୍ରକୋପରୁ କିଛିଟା ଆଶ୍ୱସ୍ତି ମିଳିବ।
ପ୍ରକାଶ ଥାଉ କି ଗତ ବର୍ଷ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଟ୍ରାଫିକ ଛକ ମାନଙ୍କରେ ଅସ୍ଥାୟୀ ଛାଉଣୀ ସ୍ଥାପନ କରାଯାଇଥିଲା।
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିଲେ ହେଁ ଛାଉଣୀ ର ବ୍ୟବସ୍ଥା ହୋଇପାରିନାହିଁ।
ଖୋଲା ଆକାଶ ତଳେ ତଥା ଖରାର ପ୍ରକୋପରେ ବିନା ଛାଉଣୀ ରେ ଛିଡା ହେବା କଷ୍ଟକର।ଏଣୁ ଯଥା ଶୀଘ୍ର ଟ୍ରାଫିକ ଛକ ମାନଙ୍କରେ ଅସ୍ଥାୟୀ ଛାଉଣୀ କରାଗଲେ ଲୋକଙ୍କୁ ଖରାର ପ୍ରକୋପ ରୁ ଆଶ୍ୱସ୍ତି ମିଳିବ।
ଚାକିରି କରୁଥିବା କର୍ମଚାରୀ ମାନେ ମଧ୍ୟ ମଣିଷ।ବଲାଙ୍ଗିର ସହର ମଧ୍ୟରେ ଥିବା ଟ୍ରାଫିକ ଛକ ମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି।ଟ୍ରାଫିକ ପୋଲିସ ମାନେ ଖରାରେ ବିନା ଟ୍ରାଫିକ ପୋଷ୍ଟ ରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି।
ଏଣୁ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ପ୍ରତି ଟ୍ରାଫିକ ଛକ ରେ ଟ୍ରାଫିକ ପୋଷ୍ଟ ଗୁଡ଼ିକ ନିର୍ମାଣ କଲେ ଟ୍ରାଫିକ ପୋଲିସ ମାନେ ସୁରକ୍ଷିତ ରେ ନିଜର କାର୍ଯ୍ୟ କରିପାରିବେ। ବର୍ଷକୁ ବର୍ଷ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି।
ରୌଦ୍ରତାପ ର ଭୟଙ୍କର ପ୍ରକୋପ କୁ ନେଇ ଲୋକଙ୍କ ମଧ୍ୟରେ ସେହି ପୁରୁଣା ସଙ୍ଗୀତ ଫିଫ୍ଟୀ ଡିଗ୍ରୀ ହିଟ୍ ହେଇଯିବୁ ନୁରୀ ବୁଲବୁ ପାନି ଯେମିତି ନ ହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଅନେକ ଜନ ଜୀବନ ସୁରକ୍ଷିତ ରହିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930