Indus Valley Times

ଫିଲ୍ମ ‘ଅତରଙ୍ଗିରେ’କୁ ବଏକଟ କରିବାକୁ ସୋସିଆଲ ମିଡିଆରେ ଦାବି, ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ନେଇ ଉଠୁଛି ପ୍ରଶ୍ନ

 Breaking News

ଫିଲ୍ମ ‘ଅତରଙ୍ଗିରେ’କୁ ବଏକଟ କରିବାକୁ ସୋସିଆଲ ମିଡିଆରେ ଦାବି, ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ନେଇ ଉଠୁଛି ପ୍ରଶ୍ନ

December 29
11:25 2021

ନୂଆଦିଲ୍ଲୀ ୨୯/୧୨: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ ବିବାଦରେ ଘେରି ରହିଥିବା ଜଣାପଡିଛି। ଫିଲ୍ମଟି OTT ପ୍ଲାଟଫର୍ମ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଗତ ସପ୍ତାହରେ ରିଲିଜ୍ ହୋଇଥିଲା। କିନ୍ତୁ ବର୍ତ୍ତମାନଏହି ଫିଲ୍ମକୁ ବଏକଟ କରିବାକୁ ସୋସିଆଲ ମିଡିଆରେ ଦାବି କରାଯାଉଛି। ଟ୍ୱିଟରରେ#BoycottAtrangiRe ଟ୍ରେଣ୍ଡ ହେଉଛି।
ଏହି ଫିଲ୍ମରେ ସାରା ଜଣେ ବିହାରର ଝିଅ ରିଙ୍କୁ ଭୂମିକାରେ ଅଭିନୟ କରିଛନ୍ତି। ଯାହାକୁ ଜବରଦସ୍ତ ଜଣେ ତାମିଲ ପୁଅ ବିଶୁ ସହ ବିବାହ କରାଯାଇଛି। ଫିଲ୍ମରେ ଦର୍ଶାଯାଇଛି ଯେ ରିଙ୍କୁ ଜଣେ ଯାଦୁଗରଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ପାଇଁ ଛାଡିବାକୁ ପ୍ରସ୍ତୁତ ଅଛନ୍ତି।
ଏହି ଯାଦୁକରର ନାମ ସଜ୍ଜାଦ ଅଲି ଏବଂ ଏହି ଚରିତ୍ର ଅକ୍ଷୟ କୁମାର ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରିବାକୁ ଆଗେଇ ଆସିଛନ୍ତି।
କିଛି ୟୁଜର୍ସ କହିଛନ୍ତି, ଏହି ଚଳଚ୍ଚିତ୍ରରେ ହିନ୍ଦୁମାନଙ୍କୁ ନିଷ୍ଠୁର ପ୍ରଦର୍ଶନ କରାଯାଇଛି। ଯେଉଁମାନେ ନିଜ ଝିଅମାନଙ୍କୁ ଜବରଦସ୍ତ ବିବାହ କରାଉଛନ୍ତି। ଏଥିସହିତ କିଛି ଲୋକ କହୁଛନ୍ତି, ଜଣେ ହିନ୍ଦୁ ଝିଅ ମୁସଲମାନ ପ୍ରେମରେ ପାଗଳ ହୋଇ ନିଜ ସ୍ୱାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି। ତେଣୁ ଏହି ଫିଲ୍ମ ‘ଲଭ୍ ଜିହାଦ୍’କୁ ପ୍ରୋତ୍ସାହିତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031