Indus Valley Times

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ

 Breaking News

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ
December 13
12:53 2021

ଭୁବନେଶ୍ୱର, ୧୩/୧୨: ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ । ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହେବ ନିର୍ବାଚନ ତାରିଖ । ଆସନ୍ତା ୧୭ରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ଏନେଇ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନର ଗାଇଡ଼ଲାଇନ୍ ଜାରି କରିଥିଲେ । ଏଥିରେ ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅତି ବେଶୀରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।
ସେହିଭଳି ଜଣେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ । ଏହା ସହିତ ନିର୍ବାଚନ ପ୍ରଚାର ପାଇଁ କେଉଁ ପ୍ରାର୍ଥୀ କେତୋଟି ଗାଡି ବ୍ୟବହାର କରିପାରିବେ ସେ ନେଇ ମଧ୍ୟ ନିର୍ଦେଶାବଳୀ ଜାରି କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଅତି ବେଶିରେ ୫ଟି କାର ଏବଂ ୧୦ଟି ବାଇକ୍ ବ୍ୟବହାର କରିପାରିବେ ।
ସେହିଭଳି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ୨ଟି ଲେଖାଏଁ କାର ଏବଂ ୫ଟି ଲେଖାଏଁ ବାଇକ୍ ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେ । ଭୋଟିଂର ୩୬ ଘଣ୍ଟା ପୂର୍ବରୁ ବାଇକ୍ ଏବଂ କାରରେ ପ୍ରଚାର କରିବା ଉପରେ କଟକଣା ଲାଗୁ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031