Indus Valley Times

ଫେବ୍ରୁଆରୀ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା

 Breaking News

ଫେବ୍ରୁଆରୀ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା

ଫେବ୍ରୁଆରୀ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା
January 31
09:42 2022

ଭୁବନେଶ୍ୱର,୩୧/୧: ରାଜ୍ୟରେ ପୁଣି ହେବ ବର୍ଷା। ଫେବ୍ରୁଆରୀ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଏହି ଟ୍ୱିଟ୍ରେ କୁହାଯାଇଛି- ପୁଣି ଆସୁଛି ପଶ୍ଚିମା ଝଡ଼ଟ୍ଟ। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଫେବ୍ରୁଆରୀ ୩ରୁ ବର୍ଷା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ରାଜ୍ୟରେ ଏବେ ଜୋର ଶୀତ ହେଉଛି। ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୬.୨ ଡିଗ୍ରୀ ରହିଥିଲା।
ସେହିପରି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, ଝାରସୁଗୁଡ଼ା ୭.୬, ସୋନପୁରରେ ୭.୯, ବୌଦ୍ଧରେ ୮.୫, ଭବାନୀପାଟଣା ଓ କୋରାପୁଟ ୯, ବଲାଙ୍ଗିର ୯.୫ ଏବଂ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୧.୨ ଓ ୧୧.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ଅନ୍ୟ ଏକ ଟ୍ୱିଟ୍ରେ କୁହାଯାଇଛି ଯେ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ରହିବ। ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ। ୩୧ ତାରିଖରୁ ରାତି ତାପମାତ୍ର ବଢ଼ିବ ଓ ଶୀତ କମିବ।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ଶୀତ ଋତୁରେ ନିୟମିତ ବ୍ୟବଧାନରେ ଲଗାତାର ଭାବେ ବର୍ଷା ହେଉଛି। ଏଥିଯୋଗୁ ଚାଷୀମାନେ ବିଶେଷ ଭାବେ କ୍ଷତି ସହିଛନ୍ତି। ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031