Indus Valley Times

‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

 Breaking News

‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

‘ଫେମିନା ମିସ୍ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌
April 19
11:12 2026

ଭୁବନେଶ୍ଵର, ୧୯/୪; ଭୁବନେଶ୍ଵରରେ ଚାଲିଥିବା ୬୧ତମ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଶନିବାର ରାତିରେ ଶେଷ ହୋଇଛି। ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ଵୀ ସତିଶ ସାଇଲ। ଚୂଡ଼ାନ୍ତ ପର୍ଯ୍ୟାୟ ପରେ ଜୁରୀମାନେ ତାଙ୍କ ନାମ ଫେମିନା ମିସ୍ ଇଣ୍ଡିଆ ଭାବେ ଘୋଷଣା କରିବା ପରେ ମଞ୍ଚରେ ଝଲସି ଉଠିଥିଲେ ସୁନ୍ଦରୀ ସତିଶ ।
ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ଏବଂ ଦ୍ଵିତୀୟ ରନର୍ସ ଅପ୍ ହୋଇଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରୀଅଦ୍ଵୈତ ଜି। ଚୂଡ଼ାନ୍ତ ପର୍ଯ୍ୟାୟକୁ ୮ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ। ଏମାନଙ୍କ ସହ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
କିଟ୍ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଏହି ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ଵର ମେୟର ସୁଲୋଚନା ଦାସଙ୍କ ସମେତ ସମେତ କି କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।
ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଜିନତ ଅମନ୍, ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସିମରନ, ନେହା ଧୂପିଆ, ନିର୍ଦ୍ଦେଶକ ମଧୁର ଭଣ୍ଡାରେକର, ଗାୟକ ଅମଲ ମଲିକ, ଈଶାନ ଖଟର, ଟେରେନ୍ସ ଲୁଇସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ବଲିଉଡ ଅଭିନେତ୍ରୀ ଲରିନ ଗୋଟଲବ, ଓଡ଼ିଆ ସିନେ ଅଭିନେତ୍ରୀ ସୂର୍ଯ୍ୟମୟୀ, ନୃତ୍ୟଶିଳ୍ପୀ ଶାଶ୍ୱତୀ ମିଶ୍ର ନୃତ୍ୟ ପ୍ରଦର୍ଶନ କରିଥିଲେ। ସମାରୋହକୁ ମନୀଷ ପଲ ଓ ସାରା ଜାନେ ଡିଆସ ସଂଯୋଜନା କରିଥିଲେ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930