Legatus

ଫୋନରେ କଥା ହେଉଥିଲା ମା’, ପିଲା କାନ୍ଦିବାରୁ ରାଗିଗଲା ନିର୍ଦ୍ଦୟୀ ଜନ୍ମଦାତ୍ରୀ କଲା ଏମିତି କାମ

 Breaking News

ଫୋନରେ କଥା ହେଉଥିଲା ମା’, ପିଲା କାନ୍ଦିବାରୁ ରାଗିଗଲା ନିର୍ଦ୍ଦୟୀ ଜନ୍ମଦାତ୍ରୀ କଲା ଏମିତି କାମ

ଫୋନରେ କଥା ହେଉଥିଲା ମା’, ପିଲା କାନ୍ଦିବାରୁ ରାଗିଗଲା ନିର୍ଦ୍ଦୟୀ ଜନ୍ମଦାତ୍ରୀ କଲା ଏମିତି କାମ
December 30
19:29 2023

ନୂଆଦିଲ୍ଳୀ,୩୦/୧୨: ଫୋନରେ ପ୍ରଚଳନ ଲୋକଙ୍କ ପାଇଁ ଯେତିକି ସୁବିଧା ଆଣିଦେଇଛି, ତାଠାରୁ ବି ବଡ଼ ବଡ଼ ଅସୁବିଧାର କାରଣ ପାଲଟୁଛି। ମୋବାଇଲ୍ ଫୋନ୍ ଆମ ଦୈନନ୍ଦିନ ଜୀବନ ଶୈଳୀକୁ ଏପରି ଭାବେ ବିଗାଡ଼ି ସାରିଲାଣି ଯେ, ଆମେ ଚାହିଁଲେ ବି ସେଥିରୁ ବାହାରି ପାରିବା ନାହିଁ।
ନିକଟରେ ଝାଡ଼ଖଣ୍ଡର ଗିରିଡିହରେ ଏପରି ଏକ ଘଟଣା ଘଟିଛି, ଯାହାକୁ ଶୁଣିବା ପରେ ଆପଣ ଚକିତ ହୋଇଯିବେ। ଜଣେ ମାଆ ଫୋନ୍ରେ କଥା ହେଉଥିଲେ। ସେତିକି ବେଳେ ତାଙ୍କର କଅଁଳା ପିଲା କାନ୍ଦିବାକୁ ଲାଗିଲା। ସେ ପିଲାଟିକୁ ତୁନି କରାଇବାକୁ ଚେଷ୍ଟା କଲେ। ହେଲେ ପିଲାଟି ତୁନି ନହେବାରୁ ତାଙ୍କ ଫୋନ୍ରେ କଥା ହେବାରେ ବାଧା ଉପୁଜିଲା। ଫଳରେ ମହିଳା ଜଣକ ରାଗିଯାଇ ନିଜ ପିଲାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
କଅଁଳା ପିଲାଟିର ବୟସ ମାତ୍ର ୨ ବର୍ଷ ହୋଇଥିବା ବେଳେ ନିଜ ମାଆଙ୍କର ଏପରି ନିର୍ଦୟୀ କାଣ୍ଡ ସଭିଙ୍କୁ ଚକିତ କରିଛି। ଏହି ମାମଲା ଗୋଲ୍ଗୋ ଗ୍ରାମ ପଞ୍ଚାୟତର। ଗ୍ରାମର ନିଜ୍ଜାମୁଦ୍ଦିନଙ୍କ ବିବାହ ୬ ବର୍ଷ ତଳେ ଅଫସନାଙ୍କ ସହ ହୋଇଥିଲା। ନିଜ୍ଜାମୁଦ୍ଦିନ ହେଉଛନ୍ତି ଜଣେ ମୁକ ଓ ବଧିର। ବିବାହ ପରେ ତାଙ୍କର ୨ଟି ପୁଅ ହୋଇଛନ୍ତି। ବଡ଼ ପୁଅଙ୍କ ବୟସ ୪ ବର୍ଷ ଥିବା ବେଳେ ସାନ ପୁଅ ୨ ବର୍ଷ ବୟସର ଥିଲା।
ଗୁରୁବାର ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ପତ୍ନୀ ସାନ ପୁଅକୁ ନେଇ ଏକ ରୁମ୍ ଭିତରେ ଥିଲେ। ସେତିକି ବେଳେ ସେ କାହା ସହ ଫୋନ୍ରେ ଗପୁଥିଲେ। ପୁଅ କାନ୍ଦିବାରୁ ରାଗରେ ମହିଳା ତଣ୍ଟି ଚିପି ପିଲାଟିର ହତ୍ୟା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930