Indus Valley Times

ଫ୍ରି-ଫାୟାର ଗେମରେ କ୍ଷତି ସହି ନପାରି ଜୀବନ ହାରିଲେ ଯୁବକ, ପରିବାର ଲୋକ ଆଣିଲେ ଅଭିଯୋଗ

 Breaking News

ଫ୍ରି-ଫାୟାର ଗେମରେ କ୍ଷତି ସହି ନପାରି ଜୀବନ ହାରିଲେ ଯୁବକ, ପରିବାର ଲୋକ ଆଣିଲେ ଅଭିଯୋଗ

ଫ୍ରି-ଫାୟାର ଗେମରେ କ୍ଷତି ସହି ନପାରି ଜୀବନ ହାରିଲେ ଯୁବକ, ପରିବାର ଲୋକ ଆଣିଲେ ଅଭିଯୋଗ
February 02
19:24 2022

ଭଦ୍ରକ ,୨/୨: ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ସ୍ଥିତ ହାତିବାଡି ଗାଁ ର ଜଣେ ବ୍ୟକ୍ତିଙ୍କ ବାଡିରୁ ଉଦ୍ଧାର ହୋଇଛି ନର କଙ୍କାଳ । ତେବେ ଏହି ନର କଙ୍କାଳ ନିଖୋଜ ଯୁବକଙ୍କର ବୋଲି ସନ୍ଦେହ କରଯାଉଛି । ଜୋତା ଓ କପଡା ଦେଖି ଏହି କଙ୍କାଳ ନିଖୋଜ ଯୁବକଙ୍କର ବୋଲି ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଦେହୁଡ଼ି ଆନନ୍ଦପୁରର ହାତିବାଡି ଗାଁ ର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ ଗତ ଡିସେମ୍ବର ମାସରୁ ନିଖୋଜ ଥିଲେ । ମୋବାଇଲରେ ଫ୍ରି ଫାୟାର ଓ ଲୁଡୋ ଗେମ୍ ଖେଳିବା ଦ୍ଵାରା ବାରମ୍ବାର ବାପାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଖର୍ଚ୍ଚ କରିଥିଲେ । ପର‌୍ୟ୍ୟାୟ କ୍ରମେ ପ୍ରାୟ ୨୦ ହଜାର କଟିଯାଇଥିଲା । ପରେ ଘର ଲୋକଙ୍କ ତାଗିଦ ପରେ ଖଗେଶ୍ଵର ମୋବାଇଲକୁ ଘରେ ରଖି କେଉଁଆଡ଼େ ଚାଲିଯାଇଥିଲେ । ମୋବାଇଲରୁ ଗେମକୁ ଅନଇନ୍ସଟଲ୍ କରିବା ସହ ମୋବାଇଲରୁ କେତେକ ମେସେଜ ମଧ୍ୟ ଡିଲିଟ୍ କରିଦେଇଥିଲେ ପରିବାର ଲୋକେ ।
ତେବେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଖଗେଶ୍ବରଙ୍କ ସନ୍ଧାନ ନମିଳିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ବହୁ ଖୋଜା ଖୋଜି କରିଥିଲେ ବି କୌଣସି ଖୋଜ ଖବର ମିଳିନଥିଲା । ତେବେ ତାଙ୍କ ବାଡିରୁ ନର କଙ୍କାଳ ଉଦ୍ଧାର ହୋଇଛି । ଖଗେଶ୍ଵରଙ୍କ ଦାଦା ବାଡିକୁ ବାଉଁଶ କାଟିବା ପାଇଁ ଯାଇଥିବା ବେଳେ ଏକ ଝୁଲନ୍ତ ଖପୁରି ଦେଖିଥିଲେ । ପରେ ଖଗେଶ୍ଵରଙ୍କ ଜୋତା ଓ ଅନ୍ୟାନ୍ୟ କପଡା ସେଠାରେ ପଡିଥିବା ଦେଖିବାକୁ ମିଳିଛି । ସେହି ଆଧାରରେ ନର କଙ୍କାଳ ଖଗେଶ୍ଵରଙ୍କର ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031