Indus Valley Times

ବଗିଚାସାହି ଠାରେ ମୃତ ଯବାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ତଥା ମୁଖ୍ୟ ସଚେତକ ଓ ଜିଲ୍ଲାପାଳ

 Breaking News

ବଗିଚାସାହି ଠାରେ ମୃତ ଯବାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ତଥା ମୁଖ୍ୟ ସଚେତକ ଓ ଜିଲ୍ଲାପାଳ

ବଗିଚାସାହି ଠାରେ ମୃତ ଯବାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଧାୟକ ତଥା ମୁଖ୍ୟ ସଚେତକ ଓ ଜିଲ୍ଲାପାଳ
June 03
20:26 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟଙ୍କ
ବୌଦ୍ଧ, ୩/୬ : ମଙ୍ଗଳବାର ସନ୍ଧ୍ୟା ଘ.୬.୩୦ ମିନିଟ ସମୟରେ ବୌଦ୍ଧ ସହର ବଗିଚାସାହି ସ୍ଥିତ ମୃତ ଯବାନ ଜିତେନ୍ଦ୍ର ହୋତାଙ୍କ ଘରେ ପହଞ୍ଚି ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବୌଦ୍ଧ ବଗିଚାସାହି ନିବାସୀ ସେନା ବାହିନୀର ଯବାନ ଜିତେନ୍ଦ୍ର ହୋତା ଗତକାଲି ହଠାତ୍ ଶାରୀରିକ ଅସୁସ୍ଥତା କାରଣରୁ ମଧ୍ୟ ପ୍ରଦେଶର ଇଟାୱା ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।
ଆଜି ସନ୍ଧ୍ୟାରେ ମୃତଦେହ ବୌଦ୍ଧ ବଗିଚାସାହି ସ୍ଥିତ ବାସଭବନ ଠାରେ ସେନା ବାହିନୀର ଯବାନ ମାନେ ପହଞ୍ଚାଇବା ପରେ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବିଡ଼ିଓ, ବୌଦ୍ଧ ବ୍ଲକ ଯୁଧିଷ୍ଠିର ମେହେର,ବି ଡି ଓ, ହରଭଙ୍ଗା ଶରତ କୁମାର ସେଠୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ସଭାପତି, ଜ଼ିଲ୍ଲା ସାମ୍ବାଦିକ ସଂଘ ଦେବାଶିଷ ପୁରୋହିତ,ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର,ପ୍ରଶାସନର ଅଧିକାରୀ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ଏବଂ ମୃତ ଯବାନଙ୍କ ଦୁଇଟି ଛୋଟ ଛୋଟ ପୁଅ ଝିଅ ଙ୍କୁ କୋଳେଇ ନେଇଥିଲେ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏବଂ ବିଧବା ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଜ଼ିଲ୍ଲାପାଳ, ପ୍ରଶାସନିକ ଅଧିକାରୀ ଏବଂ ବିଧାୟକ ସମବେଦନା ଜଣାଇଥିଲେ ।
ଜବାନଙ୍କ ଶେଷ କୃତ୍ୟ ବୌଦ୍ଧ ରାଜ ଘାଟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଶବାଧାରରେ ସବୁ ବର୍ଗର ଜନସାଧାରଣ ସାମିଲ୍ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031