Indus Valley Times

ବଙ୍ଗୋପସାଗରରେ ଲଘୁଚାପ: ୨୩- ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

 Breaking News

ବଙ୍ଗୋପସାଗରରେ ଲଘୁଚାପ: ୨୩- ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

July 22
17:17 2021

ଭୁବନେଶ୍ବର, ୨୨/୭ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତ କାଲି ସୃଷ୍ଚି ହୋଇଥିବା ସାଇକ୍ଲୋନିକ ସର୍କୁଲେସନ ଗୁରୁବାର ଏକ ଲଘୁଚାପରେ ପରିଣତ ହୋଇଛି । ଉଭୟ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏନେଇ ସ୍ପଷ୍ଟ କରିଛନ୍ତି ।
ଆଇଏମଡି ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି ।
ସ୍କାଏମେଟ୍ ରିପୋର୍ଟ ମୁତାବକ ଏହି ଲଘୁଚାପ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ । ଫଳରେ ଏସବୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ତେବେ ୨୭ ତାରିଖ ବେଳକୁ ରାଜସ୍ଥାନ ପହଞ୍ଚିବାବେଳକୁ ଏହି ଲଘୁଚାପ ଦୁର୍ବଳ ହୋଇଯାଇଥିବ । ଅନ୍ୟପକ୍ଷରେ, ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031