Indus Valley Times

ବଜେଟରେ ମୋହନ ମାଝିଙ୍କ ବଡ଼ ଘୋଷଣା: ବଢିଲା ବାର୍ଦ୍ଧକ୍ୟ ଭତ୍ତା, ଏଣିକି ଏତିକି ମିଳିବ

 Breaking News

ବଜେଟରେ ମୋହନ ମାଝିଙ୍କ ବଡ଼ ଘୋଷଣା: ବଢିଲା ବାର୍ଦ୍ଧକ୍ୟ ଭତ୍ତା, ଏଣିକି ଏତିକି ମିଳିବ

ବଜେଟରେ ମୋହନ ମାଝିଙ୍କ ବଡ଼ ଘୋଷଣା: ବଢିଲା ବାର୍ଦ୍ଧକ୍ୟ ଭତ୍ତା, ଏଣିକି ଏତିକି ମିଳିବ
July 25
19:33 2024

ଭୁବନେଶ୍ବର, ୨୫/୭ : ରାଜ୍ୟ ବଜେଟ ଉପସ୍ଥାପନ କରିଥିବା ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଏହା ୮୦ ବର୍ଷରୁ ଅଧକ ବୟସର ବରିଷ୍ଠ ନାଗରିକ ଓ ୮୦ପ୍ରତିଶତରୁ କମ ହୋଇନଥିବା ଦିବ୍ୟାଙ୍ଗମାନଙ୍କୁ ମିଳିବ ।
ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ମିଳିବ । ଭିନ୍ନକ୍ଷମଙ୍କ ସୁରକ୍ଷା ପାଇଁ ୩୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଏହା ସହିତ ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କ ଯାତାଯାତ ଅନୁକୂଳ କରିବାକୁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଏହାଛଡ଼ା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କିନ୍ନରମାନଙ୍କ ଆବାସିକ ସହାୟତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଜିଲ୍ଲାସ୍ତରରେ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ପ୍ରତିଷ୍ଠା କରାଯିବ ।
ଅନୁସୂଚୀତ ଜାତି ଓ ଜନଜତି ବର୍ଗର ଉନ୍ନତି ପାଇଁ ଟ୍ରାଇବାଲ ଓ ଏସସି ସବ-କଂପୋନେଣଟ୍ ଅଧିନରେ ୬୩୪୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଆଦିବାସୀ ଗ୍ରାମଗୁଡ଼ିକର ବିକାଶ ପାଇଁ ୫ ବର୍ଷରେ ୫୦୦ଟି ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପାଇଁ ୨୦୦ କୋଟିର ବ୍ୟୟବରାଦ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30