Indus Valley Times

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ, ୨୦୨୧ରେ ରାଜ୍ୟରେ ଭୀଷଣ ପାଗ ନେଇଛି ୨୧୩ ଜୀବନ

 Breaking News

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ, ୨୦୨୧ରେ ରାଜ୍ୟରେ ଭୀଷଣ ପାଗ ନେଇଛି ୨୧୩ ଜୀବନ

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ, ୨୦୨୧ରେ ରାଜ୍ୟରେ ଭୀଷଣ ପାଗ ନେଇଛି ୨୧୩ ଜୀବନ
January 15
09:17 2022

ନୂଆଦିଲ୍ଲୀ, ୧୫/୧: ଗତବର୍ଷ ଅସ୍ବାଭାବିକ ପାଣିପାଗଜନିତ ଅଘଟଣ ଯୋଗୁଁ ଦେଶରେ ପ୍ରାୟ ୧,୭୫୦ଜଣଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ ‘୨୦୨୧ରେ ଭାରତରେ ଜଳବାୟୁ’ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କହିଛି।
ପାଣିପାଗ ବିଭାଗ କହିଛି ଯେ, ୩୫୦ ପ୍ରାଣହାନୀ ଘଟି ଏହି ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ଥିବା ବେଳେ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।
ଗତବର୍ଷ ଭାରତରେ ବିଜୁଳି ଓ ଘଡ଼ଘଡ଼ିରେ ୭୮୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବୃଷ୍ଟିପାତ ଏବଂ ବନ୍ୟାଜନିତ ଅଘଟଣରେ ୭୫୯ଜଣ ବ୍ୟକ୍ତିଙ୍କର ଜୀବନ ଯାଇଛି।
ସେହିପରି, ସାମୁଦ୍ରିକ ବାତ୍ୟାରେ ୧୭୨ଜଣ ପ୍ରାଣ ହରାଇଥିବା ବେଳେ ଆଉ ୩୨ଜଣ ଅସ୍ବାଭାବିକ ପାଣିପାଗଜନିତ ଅଘଟଣରେ ମୃତ୍ୟୁ ବରଣ କରିଛନ୍ତି ବୋଲି ପାଣିପାଗ ବିଭାଗ କହିଛି।
ଅତି ପ୍ରବଳ ବର୍ଷା ଏବଂ ବନ୍ୟାଜନିତ ଅଘଟଣ ପାଇଁ ମହାରାଷ୍ଟ୍ରରେ ୨୧୫, ଉତ୍ତରାଖଣ୍ଡରେ ୧୪୩, ହିମାଚଳ ପ୍ରଦେଶରେ ୫୫, କେରଳରେ ୫୩ ଏବଂ ଆନ୍ଧ୍ରପ୍ରଦେଶରେ ୪୬ଜଣଙ୍କର ପ୍ରାଣହାନୀ ଘଟିଛି।
ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଓଡ଼ିଶାରେ ୨୧୩, ମଧ୍ୟପ୍ରଦେଶରେ ୧୫୬, ବିହାରରେ ୮୯, ମହାରାଷ୍ଟ୍ରରେ ୭୬, ପଶ୍ଚିମବଙ୍ଗରେ ୫୮, ଝାଡ଼ଖଣ୍ଡରେ ୫୪, ଉତ୍ତର ପ୍ରଦେଶରେ ୪୯ ଏବଂ ରାଜସ୍ଥାନରେ ୪୮ଜଣଙ୍କର ମୃତ୍ୟୁ ଘଟିଛି।
ପାଣିପାଗ ବିଭାଗ କହିଛି, ଅସ୍ବାଭାବିକ ପାଣିପାଗ ଅଘଟଣରେ ଓଡ଼ିଶାରେ ୨୨୩, ମଧ୍ୟପ୍ରଦେଶରେ ୧୯୧, ଉତ୍ତରାଖଣ୍ଡରେ ୧୪୭, ବିହାରରେ ୧୦୨, ଉତ୍ତର ପ୍ରଦେଶରେ ୯୮, ଗୁଜରାଟରେ ୯୨ ଏବଂ ପଶ୍ଚିମବଙ୍ଗରେ ୮୬ଜଣଙ୍କର ମୃତ୍ୟୁ ଘଟିଛି।
ଏହାଛଡ଼ା, ସମାନ କାରଣ ହେତୁ କେରଳରେ ୬୭, ରାଜସ୍ଥାନରେ ୬୨, ହିମାଚଳ ପ୍ରଦେଶରେ ୫୯, ଝାଡ଼ଖଣ୍ଡରେ ୫୭, ଆନ୍ଧ୍ର ପ୍ରଦେଶରେ ୫୦, କର୍ଣ୍ଣାଟକରେ ୪୫, ତାମିଲନାଡୁରେ ୩୪, ଜମ୍ମୁ ଓ କଶ୍ମୀରରେ ୩୨, ତେଲେଙ୍ଗାନାରେ ୨୫ ଏବଂ ଆସାମରେ ୧୪ଜଣଙ୍କର ମୃତ୍ୟୁ ଘଟିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ଅସ୍ବାଭାବିକ ପାଣିପାଗ ଅଘଟଣ ଯୋଗୁଁ ୭ଜଣ ପ୍ରାଣ ହରାଇଥିବା ବେଳେ ପ୍ରବଳ ବୃଷ୍ଟିପାତ ଏବଂ ବନ୍ୟା ଯୋଗୁଁ ୪ଜଣଙ୍କର ମୃତ୍ୟୁ ଘଟିଛି।
ଭାରତୀୟ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ୨୦୨୧ ଥିବା ୧୯୦୧ରୁ ରେକର୍ଡ କରାଯାଇ ଆସିଥିବା ଉଷ୍ମତମ ବର୍ଷ ମଧ୍ୟରୁ ୫ମ। ୧୫ଟି ଉଷ୍ମତମ ବର୍ଷ ମଧ୍ୟରୁ ୨୦୦୭ ରୁ ୨୦୨୧ ମଧ୍ୟରେ ରହିଛି ୧୧ଟି ଉଷ୍ମତମ ବର୍ଷ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031