Indus Valley Times

ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

 Breaking News

ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

January 08
10:36 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୮/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ , ମୁଖ୍ୟବକ୍ତା ଭାବେ ବାଲିଗୁଡା ଏନ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମନୋଜ କୁମାର ରଥ, ବାଲିଗୁଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସ୍ମିତା ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ରାଣୀ ସାହୁ, ସିପାଞ୍ଜିରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତୀ ଲିଲି ମଲିକ, ସି ଆର ସି ସି ସୌଦାମିନୀ ସାହୁ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଜଣେ ଉତ୍ତମ ବ୍ୟକ୍ତିତ୍ଵ ହାସଲ କରିପାରିବ, ଶିକ୍ଷା ହେଉଛି ଏକ ମାଇଲ ଖୁଣ୍ଟ, ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ରହିବା ଆବଶ୍ୟକ।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଜିତେନ୍ଦ୍ର ନାଥ ପାତ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ୱାଳ ସଭା ପରିଚାଳନା କରିଥିଲେ।
ସଭା ପରେ ଅତିଥି ଗଣ ବିଦ୍ୟାଳୟର ଆକାଂକ୍ଷୀ ପରିଷଦ ଦ୍ଵାରା ଟ୍ୟାଲେଣ୍ଟ ଗ୍ୟାଲେରୀ, ଇନ୍ସପାଏରିଂ ଓଡିଶା, ଦୋକାନ ଯାତ୍ରା ଆଦି ବିଭିନ୍ନ ଷ୍ଟଲ ବୁଲି କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଉତ୍ସବକୁ ଉଚ୍ଚ ପ୍ରଶଂସା କରିଥିଲେ।
ପରେ ପରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ ନାଚ ଗୀତ ହେଇଥିଲା। ସମସ୍ତ କାର୍ଯ୍ୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବାଲିଗୁଡା, ୮/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ ଦିନ ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟା ରେ ପତାକା ଉତୋଳନ କରିବେ ।
ସକାଳ ଘ ୮.୩୦ ମିନିଟ୍ ରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ ।
ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ୨୨, ୨୩ ଓ ୨୪ ତାରିଖ ତିନିଦିନ ଧରି ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି ।
୨୫ ତାରିଖ ଦିନ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯିବ । ଏଥି ନିମନ୍ତେ ଓଡ଼ିଆ ରଚନା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତା ଗୁଡିକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।
ଏଥିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶିବ ଶଙ୍କର ସମରଥ , କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ଶିକ୍ଷକ ତୀର୍ଥବାସୀ ଘଡାଇ, ରଶ୍ମି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା: ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ଉତ୍ସବକୁ ଉନ୍ନୀତ

ବାଲିଗୁଡା, ୮/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା ପରିପୋଷଣୀୟ ଜୀବନ ଶୈଳୀ ବିଷୟବସ୍ତୁ କୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୨୪ ଟି ବିଦ୍ୟାଳୟ ର ୩୩ ଶିକ୍ଷାର୍ଥୀ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜ ଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ହିମାଂଶୁ ଚରଣସାହୁ, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ, ତଥା ସିର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଅସିତ କୁମାର ସାହୁ ଯୋଗ ଦେଇଥିଲେ ।
ବ୍ଲକ ସ୍ତରରୁ ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।
ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବର ମାଝିଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ‌ଯାପିତ ଉତ୍ସବ ରେ ବନାଞ୍ଚଳ ଅଧୂକାରୀ ଡି.ସୁବାଶ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପରିପୋଷଣୀୟ ଜୀବନଶୈଳୀ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ଉଦ‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା, ଶିକ୍ଷକ ରଜନୀ ସାହୁ, ଅମରେନ୍ଦ୍ର ପ୍ରଧାନ ତଥା ସିଆରସିସି ସରୋଜ କୁମାର ନାହାକ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031