Indus Valley Times

ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

 Breaking News

ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
December 18
19:20 2021

ନୂଆଦିଲ୍ଲୀ, ୧୮/୧୨ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ଦିନ ପଦଯାତ୍ରା କରି ୟୁପିର ଆମେଠିରେ ପହଞ୍ଚିଥିଲେ । ରାଲିରେ ସାମିଲ ହୋଇଥିବା ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପୁଣି ଥରେ ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ବୟାନ ଦେଇଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ, ଯିଏ ପ୍ରକୃତ ହିନ୍ଦୁ ସେମାନେ ସତ୍ୟାଗ୍ରହ ଓ ସତ୍ୟପଥରେ ଚାଲୁଛନ୍ତି ହେଲେ ହିନ୍ଦୁତ୍ୱବାଦୀମାନେ ଦେଶରେ ହିଂସା ସୃଷ୍ଟି କରୁଛନ୍ତି ।
ରାହୁଲ ଗାନ୍ଧୀ କହିଥିଲେ ଯେ, ଏବେ ଗୋଟିଏ ପଟେ ହିନ୍ଦୁ, ଯେଉଁମାନେ ସତ୍ୟ ପଥରେ ଚାଲୁଛନ୍ତି ଓ ଅନ୍ୟପଟେ ହିନ୍ଦୁତ୍ୱବାଦୀ, ଯିଏ ଘୃଣା ସୃଷ୍ଟି କରୁଛନ୍ତି ଓ କ୍ଷମତା ହାସଲ ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି । ଏବେ ହିନ୍ଦୁସ୍ତାନରେ ହିନ୍ଦୁ ବନାମ ହିନ୍ଦୁତ୍ୱ ମଧ୍ୟରେ ଲଢେଇ ଚାଲିଛି ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଥିଲେ ଯେ, କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଣାଯାଇଥିଲା । ମାତ୍ର ଗୋଟିଏ ବର୍ଷପରେ ପ୍ରଧାନମନ୍ତ୍ରୀ ଏହାକୁ ନେଇ କ୍ଷମା ମାଗିଲେ । ସରକାର ଯେଉଁ ସବୁ ଆଇନ ଆଣିଛନ୍ତି, ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର କିଛି ବି ଲାଭ ହୋଇ ନାହିଁ। କେବଳ ଦେଶର ହାତଗଣତି କିଛି ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ଆଇନ ଲାଗୁ କରିବାରେ ଲାଗିଛନ୍ତି ।
ଅନ୍ୟପଟେ ଚୀନର ବିସ୍ତାରବାଦୀ ନୀତିକୁ ନେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ଚୀନସେନା ଭାରତର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଥିଲେ ବି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି । ଏନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଚୀନ ଭାରତର ଇଞ୍ଚେ ବି ଜମି ଦଖଲ କରିନାହିଁ।
ସେପଟେ ରକ୍ଷାମନ୍ତ୍ରଣାଳୟ କହୁଛି ଚୀନ ଭାରତର କିଛି ଅଂଶ ନିଜ ଦଖଲକୁ ନେଇଯାଇଛି । ଏହା ଭିତରେ କାହାକୁ ଜନସାଧାରଣ ବିଶ୍ୱାସ କରିବେ ବୋଲି ରାହୁଲ ପ୍ରଶ୍ନ ପଚାରିଛନ୍ତି । ଏହାସହ ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930