Indus Valley Times

ବଦଳିଲା ପାଗ, ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା

 Breaking News

ବଦଳିଲା ପାଗ, ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା

ବଦଳିଲା ପାଗ, ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା
December 28
07:59 2021

ଭୁବନେଶ୍ୱର,୨୮/୧୨ : ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି।
ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରିକୁ ବୃଦ୍ଧିପାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୩ ଡିଗ୍ରି ରେକର୍ଡ ହୋଇଛି। ସୋମବାର ସକାଳେ ୪୦ ମିଟର ଦୃଶ୍ୟମାନ ଦୂରତା ସହ କୋରାପୁଟ ଓ ବଲାଙ୍ଗୀରରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବାଲେଶ୍ବର, ଅନୁଗୁଳ, ବାରିପଦା, କେନ୍ଦୁଝର, ଫୁଲବାଣୀ ଓ ମାଲକାନଗିରିରେ ୧୫୦ ମିଟର ଦୃଶ୍ୟମାନ ଦୂରତା ସହ ଘନ କୁହୁଡ଼ି ପଡ଼ିଥିଲା।
ଏଥିସହ ରାଜ୍ୟରେ ସୋମବାର ଦିନ ତମାମ ପାଗ ମେଘୁଆ ରହିଥିଲା। କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଆଗକୁ ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ଓ କିଛି କିଛି ସ୍ଥାନରେ ବର୍ଷାର ବି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ୦.୮ରୁ ୨.୩ ଡିଗ୍ରି ପର‌୍ୟ୍ୟନ୍ତ ବୃଦ୍ଧି ଘଟିଛି। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରାରେ ୦.୩ରୁ ୩.୮ ଡିଗ୍ରି ଯାଏ ବୃଦ୍ଧି ଘଟିଛି।
ଫୁଲବାଣୀରେ ସ୍ବାଭାବିକ ତାପମାତ୍ରାଠାରୁ ବର୍ତ୍ତମାନର ରାତି ତାପମାତ୍ରା ୭.୨ ଡିଗ୍ରି ଅଧିକ ରହିଥିବା ବେଳେ ସମ୍ବଲପୁର ଓ ବାରିପଦାରେ ୫.୯ ଡିଗ୍ରି, ପାରାଦୀପରେ ୫.୧ ଡିଗ୍ରି, ବାଲେଶ୍ବର ଓ ଚାନ୍ଦବାଲିରେ ୪ ଡିଗ୍ରି, କଟକରେ ୩.୯ ଡିଗ୍ରି ଓ ଭୁବନେଶ୍ବରରେ ୩.୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଉତ୍ତର-ପୂର୍ବ ରାଜସ୍ଥାନରୁ ବାହାରି ବିଦର୍ଭ ଯାଏ ଏକ ନିମ୍ନ ଚାପରେଖା ଲମ୍ବିଛି, ଯାହା ମଧ୍ୟପ୍ରଦେଶ ଦେଇ ଅତିକ୍ରମ କରୁଛି। ଏହା ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି, ଫଳରେ ଏହା ପ୍ରଭାବରେ ପାଗ ପରିବର୍ତ୍ତନର ସମ୍ଭାବନା ରହୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031