Indus Valley Times

ବଦଳିଲା ସ୍କୁଲ ଖୋଲିବା ନଷ୍ପତ୍ତି, ନଭେମ୍ବର ୧୬ରେ ଖୋଲିବନି ସ୍କୁଲ

 Breaking News

ବଦଳିଲା ସ୍କୁଲ ଖୋଲିବା ନଷ୍ପତ୍ତି, ନଭେମ୍ବର ୧୬ରେ ଖୋଲିବନି ସ୍କୁଲ

October 31
18:39 2020

ଭୁବନେଶ୍ୱର,୩୧/୧୦ : ନଭେମ୍ବର ୧୬ରେ ସ୍କୁଲ୍ ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ ନିଷ୍ପତ୍ତିକୁ ପୁଣି ପରିବର୍ତ୍ତନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) । ଏଥିପାଇଁ ସାନି ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି ।
ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଭେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ୱାବଧାନରେ ଅବା ନିରୀକ୍ଷଣରେ ସ୍କୁଲ୍ ଖୋଲିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ତାରିଖ ଧାର‌୍ୟ୍ୟ କରିପାରିବ। କିନ୍ତୁ ତା’ପୂର୍ବରୁ ବିଭିନ୍ନ ଷ୍ଟେକ୍ହୋଲ୍ଡରଙ୍କ ସହ ବିଭାଗ ଆଲୋଚନା କରିବ ଏବଂ ଆବଶ୍ୟକୀୟ ଗାଇଡ୍ଲାଇନ୍ ଓ ଏସ୍ଓପି ଜାରି କରିବ।
ନଭେମ୍ବର ୩୦ ତାରିଖ ଯାଏ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହୁଥିଲେ ବି ପରୀକ୍ଷା, ମୂଲ୍ୟାୟନ ଓ ଅନ୍ୟ ପ୍ରଶାସନିକ କାର‌୍ୟ୍ୟ ଜାରି ରହିବ। ଅନ୍ଲାଇନ୍ ଟିଚିଂ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉଭୟ ଶିକ୍ଷକ ଓ ଅଣ-ଶିକ୍ଷକଙ୍କୁ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ୍ଗୁଡ଼ିକୁ ଯିବାକୁ ଅନୁମତି ଦେଇପାରିବେ। ତେବେ ଏହି ସମୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଏସ୍ଓପିକୁ ଅନୁକରଣ କରିବେ। ସେହିଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ କେବଳ ଗବେଷଣା କରୁଥିବା ଓ ବିଜ୍ଞାନ ଏବଂ ବୈଷୟିକ ପାଠ୍ୟକ୍ରମରେ ପିଜି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହି ପାରିବ, ଯେଉଁମାନେ କି ଗବେଷଣାଗାର ଆବଶ୍ୟକ କରନ୍ତି। ସମସ୍ତ ତାଲିମ କାର‌୍ୟ୍ୟକ୍ରମ ଜାରି ରହିବ।
ନୂଆ ଗାଇଡ୍ଲାଇନ୍ ଜାରି ହେବା ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ୍ ଖୋଲିବା ପାଇଁ ବିଭାଗ ପ୍ରସ୍ତୁତ ହେଉଛି। ଏସ୍ଓପି ପ୍ରସ୍ତୁତି ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏସ୍ଓପି ପ୍ରସ୍ତୁତ କରାଯିବ। କେଉଁ ତାରିଖରୁ ସ୍କୁଲ୍ ଖୋଲାଯିବ ସେନେଇ ଖୁବ୍ଶୀଘ୍ର ଘୋଷଣା କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031