Indus Valley Times

ବନ୍ଧୁକ ଦେଖାଇ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

 Breaking News

ବନ୍ଧୁକ ଦେଖାଇ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ
January 12
18:52 2022

ଢେଙ୍କାନାଳ, ୧୨/୧: ଭିନ୍ନ ପ୍ରକାରରେ ଲୁଟ୍ ହୋଇଛି। ଲୁଟେରାମାନେ ଦିନ ଦ୍ବିପ୍ରହରରେ ଦମ୍ଭ ଦେଖାଇଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କୁ ଖାତିର ନକରି ବଳ ପୂର୍ବକ ପ୍ରବେଶ କରି ଅରାଜକତା ସୃଷ୍ଠି କରିଛନ୍ତି।
କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ନଗଦ ଟଙ୍କା ସହିତ କୋଟିଏ ଟଙ୍କାର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଆଜି ଏହି ଅଭାବନୀୟ ଅଘଟଣ ଘଟିଛି।
ସୂଚନା ଅନୁସାରେ ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବୁଲେଟ ଗାଡ଼ିରେ ଆସି ରାସୋଳସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଆସିଥିଲେ। ମଧ୍ୟାହ୍ଣ ସମୟ ହୋଇଥିବାରୁ କିଛି କର୍ମଚାରୀ ନଥିବା ବେଳେ ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ।
ଏହି ସମୟରେ ଦୁର୍ବୃତ୍ତମାନେ ମୁଖା ପିନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଥମେ ଭୟଭୀତ କରିଥିଲେ।
ଏହା ପରେ ଲକର୍ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ଦୁର୍ବୃତ୍ତ ମାନେ ଧରା ନ ପଡ଼ିବା ପାଇଁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବା ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଛନ୍ତି।
କିଛି କର୍ମଚାରୀ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାଙ୍କ ତରଫରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031