Indus Valley Times

ବନ୍ୟା ସ୍ଥିତିରେ ସୁଧାର, ତଥାପି ସତର୍କ ରହିବାକୁ ଆହ୍ୱାନ

 Breaking News

ବନ୍ୟା ସ୍ଥିତିରେ ସୁଧାର, ତଥାପି ସତର୍କ ରହିବାକୁ ଆହ୍ୱାନ

ବନ୍ୟା ସ୍ଥିତିରେ ସୁଧାର, ତଥାପି ସତର୍କ ରହିବାକୁ ଆହ୍ୱାନ
August 02
13:57 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨/୮ : ରାଜ୍ୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ କ୍ରମଶଃ ସୁଧରିବାରେ ଲାଗିଛି। ମୁଣ୍ଡଳୀରେ ଜଳପ୍ରବାହ କମିବା ପରେ ହୀରାକୁଦ ଜିଅର୍‌ରୁ ଜଳ ନିଷ୍କାସନ କରାଯାଇଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩ ଫୁଟକୁ ହ୍ରାସ ପାଇଥିବା ବେଳେ ଏହା କମିବାରେ ଲାଗିଛି ଏବଂ ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଏହା ୬୧୫ ଫୁଟକୁ ଖସିବ ବୋଲି ଆକଳନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ସେ କହିଛନ୍ତି, ଜଳଭଣ୍ଡାରରୁ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତିକୁ ଦେଖିଲେ, ବର୍ତ୍ତମାନ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଏହାର ତିନି ଗୁଣ ଅଧିକ ଜଳ ନିଷ୍କାସନ କରାଯାଉଛି।
ବର୍ତ୍ତମାନ ୨୨ଟି ଗେଟ୍ ଜରିଆରେ ପାଣି ଛଡ଼ାଯାଇ ବର୍ମୁଲ ପାର କରିଛି। ହୀରାକୁଦରୁ ଛଡ଼ାଯାଇଥିବା ଏହି ଜଳ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ପହଞ୍ଚିବ ଏବଂ ଆସନ୍ତାକାଲି ସକାଳଠାରୁ ସେଠାରେ ଜଳସ୍ତର କମିବା ଆରମ୍ଭ ହେବ। ସେହିପରି ରେଙ୍ଗାଲିର ଗୋଟିଏ ଗେଟ୍ ଖୋଲା ରହିଥିଲେ ମଧ୍ୟ ଏହାଦ୍ୱାରା କୌଣସି ବନ୍ୟା ଆଶଙ୍କା ନାହିଁ।
ପୂର୍ବରୁ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିଲା। ତେବେ ବନ୍ୟାଞ୍ଚଳରୁ ପ୍ରାୟ ଦୁଇ ତୃତୀୟାଂଶ ଅଞ୍ଚଳରୁ ପାଣି ବାହାରି ସାରିଛି।
ଅନ୍ୟପକ୍ଷରେ ବୈତରଣୀ ନଦୀର ଆଖୁଆପଦା ଓ ଆନନ୍ଦପୁରରେ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ତଳେ ରହିଥିବା ବେଳେ ଆଉ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ। ଶାଳନ୍ଦୀ ନଦୀର ରାଜଘାଟ ବ୍ରିଜ୍‌ରେ ଜଳସ୍ତର ହ୍ରାସ ପାଇବା ସହ ବନ୍ୟା ପ୍ରକୋପ କମିଛି ଏବଂ ଜଳକା ନଦୀ ମଥାନୀରେ ସ୍ଥିର ରହିଥିଲେ ମଧ୍ୟ ସେଠାରେ ଜଳ କମିବାକୁ ଆଉ କିଛି ସମୟ ଲାଗିବ।
ଘାଇ ମରାମତି ଏବଂ ସରକାରୀ ପଦକ୍ଷେପ ସମ୍ପର୍କରେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଦିନରେ ଅନ୍ୟ ଏକ ବନ୍ୟା ଆସିବା ପୂର୍ବରୁ ସମସ୍ତ ନଦୀବନ୍ଧ ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଯାଜପୁର ଜିଲ୍ଲାରେ ତିନୋଟି ଘାଇ ମରାମତି କାମ ଆରମ୍ଭ ହୋଇସାରିଥିବା ବେଳେ ବାକି ସମସ୍ତ ଘାଇ କାମ ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହେବ। ସେହିପରି ବୈତରଣୀ ବେସିନରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକ ଆସନ୍ତାକାଲି ଠାରୁ ପାଣି ସମ୍ପୂର୍ଣ୍ଣ ଛାଡ଼ିବା ପରେ ମରାମତି କାମ ଆରମ୍ଭ ହେବ।
ଚଳିତ ମୌସୁମୀରେ ବର୍ଷାର ପରିମାଣ ଅସମାନ ରହିଛି। ଗତ ଜୁନ୍ ମାସରେ ୪୭ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ସ୍ୱାଭାବିକଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିଲା, ଯାହାକି ଏହି ବନ୍ୟାର ମୁଖ୍ୟ କାର୍ଷଣ ଥିଲା। ସବୁଠାରୁ ଅଧିକ ଭାବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ୮୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ଅଗଷ୍ଟ ୪ ପରେ ଭାରତୀୟ ପାଣିପାଗ ବିଭାଗ (IMD) ର ନୂତନ ଆକଳନ ଆସିବା ପରେ ହିଁ ପରବର୍ତ୍ତୀ ବନ୍ୟା ସ୍ଥିତି ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବੋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031