Legatus

ବରଗଡ଼ରେ ଖୋଲିଲା ଧାନମଣ୍ଡି, ବିନା କଟନି ଛଟନିରେ ହେବ ଧାନ ସଂଗ୍ରହ

 Breaking News

ବରଗଡ଼ରେ ଖୋଲିଲା ଧାନମଣ୍ଡି, ବିନା କଟନି ଛଟନିରେ ହେବ ଧାନ ସଂଗ୍ରହ

November 20
17:03 2024

ବରଗଡ଼, ୨୦/୧୧: ବରଗଡ଼ ଜିଲାରେ ବୁଧବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଲାପାଣି ମଣ୍ଡିରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା ।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବାଚାଷୀମାନଙ୍କୁ ମନ୍ତ୍ରୀ ପାତ୍ର ସମ୍ବର୍ଦ୍ଧିତ କରିଥିଲେ। ବରଗ ଜିଲାରେ ଏଥର ବରଗଡ଼ ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ ୨୨୯ ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930